ଗୌଡ଼ ଗାଁରେ ସିରିଜ୍ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର
ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର ପରିବାର ସହ ରାତ୍ରିଭୋଜନ କରିବା ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର ବାଡ଼ିପଟ କବାଟ ତାଡ଼ି ଘରେ ପଶି ୨ଟି ଆଲମାରି ଭାଙ୍ଗି ସେଥିରେ ଥିବା ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୫ ଭରି ଓଜନର ସୁନା ଗହଣା ଲୁଟି ନେଇଛନ୍ତି। ପୋଷାକ,ଶାଢ଼ି,ଆସବାବପତ୍ର […] The post ଗୌଡ଼ ଗାଁରେ ସିରିଜ୍ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର appeared first on Dharitri Odia News.
ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର ପରିବାର ସହ ରାତ୍ରିଭୋଜନ କରିବା ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର ବାଡ଼ିପଟ କବାଟ ତାଡ଼ି ଘରେ ପଶି ୨ଟି ଆଲମାରି ଭାଙ୍ଗି ସେଥିରେ ଥିବା ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୫ ଭରି ଓଜନର ସୁନା ଗହଣା ଲୁଟି ନେଇଛନ୍ତି। ପୋଷାକ,ଶାଢ଼ି,ଆସବାବପତ୍ର ଫିଙ୍ଗି ଫେରାର ହୋଇଯାଇଛନ୍ତି। ସେହିପରି ଗ୍ରାମର ଶିବ ପ୍ରସାଦ ତ୍ରିପାଠୀଙ୍କ ଘରେ ପଶି ୬ ହଜାର ଟଙ୍କା ଓ ୨ଟି ସୁନା ମୁଦି ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଗଣେଶ ପାତ୍ରଙ୍କ ଘରୁ ପ୍ରାୟ ୫ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଗତ ପ୍ରାୟ ୫ ବର୍ଷ ପୂର୍ବେ ବ୍ୟବସାୟୀ ଗଣେଶଙ୍କ ଘରୁ ଲକ୍ଷାଧିକ ଟଙ୍କା ଏବଂ ପ୍ରାୟ ୧୫ ଭରିରୁ ଊଦ୍ଧର୍ବ ସୁନା ଗହଣା ଦୁର୍ବୃତ୍ତମାନେ ଚୋରି କରିଥିଲେ। ଅଦ୍ୟାବଧି ଏହି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କ ସନ୍ଧାନ ମିଳିପାରିନାହିଁ। ବୁଧବାର ରାତି ପ୍ରାୟ ୧ ଟାରୁ ୨ ଟା ମଧ୍ୟରେ ଦୁର୍ବୃତ୍ତମାନେ ବୁଲୁଙ୍କ ଘରର ୩ଟି କବାଟ ଗେଡ଼ା, ତାଲା ଭାଙ୍ଗି ଗମ୍ଭିରି ଘର ଭିତରୁ ଏହି ଚୋରି କରିଛନ୍ତି। ବୁଲୁ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍.ଆଇ ଜଗବନ୍ଧୁ ବାର୍ଲା ସଦଳବଳ ଗୌଡ଼ ଗାଁରେ ପହଞ୍ଚି ଚୋରି ଘଟଣାର ସବିଶେଷ ତଦନ୍ତ କରି ଫେରିଛନ୍ତି।
The post ଗୌଡ଼ ଗାଁରେ ସିରିଜ୍ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର appeared first on Dharitri Odia News.