ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସହ ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାର କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏହି ନୂତନ ଅବସ୍ଥାନ ସମଗ୍ର ଭାରତ, ଜିସିସି ଦେଶ ଏବଂ ଯୁକ୍ତରାଷ୍ଟ୍ରର ପ୍ରମୁଖ ବଜାରରେ ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହ ବିଶ୍ୱସ୍ତରୀୟ ମୋଟ ଶୋ’ରୁମ୍‌ ସଂଖ୍ୟା ୩୭୫ […] The post ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର appeared first on Dharitri Odia News.

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସହ ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାର କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏହି ନୂତନ ଅବସ୍ଥାନ ସମଗ୍ର ଭାରତ, ଜିସିସି ଦେଶ ଏବଂ ଯୁକ୍ତରାଷ୍ଟ୍ରର ପ୍ରମୁଖ ବଜାରରେ ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହ ବିଶ୍ୱସ୍ତରୀୟ ମୋଟ ଶୋ’ରୁମ୍‌ ସଂଖ୍ୟା ୩୭୫ ରେ ପହଞ୍ଚାଇବାକୁ ଯୋଜନା କରିଛି। ସମ୍ପ୍ରତି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ୧୩ଟି ଦେଶରେ ୩୫୫ଟି ଶୋ’ରୁମ୍‌ ରହିଛି।

ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ କହିଥିଲେ, ୨୦୨୪ ଅକ୍ଟୋବରରେ ୨୦ଟି ନୂତନ ଶୋ’ରୁମ୍‌ ଖୋଲିବା ଦ୍ୱାରା ବିଶ୍ୱର ଅଗ୍ରଣୀ ଖୁଚୁରା ଅଳଙ୍କାର ହେବା ଆମର ଦୃଷ୍ଟିକୋଣ ବୃଦ୍ଧି ପାଇବ। ଏପରିକି ଭାରତ ବାହାରେ, ୟୁଏଇ, କାତାର, କୁଏତ୍‌, ଓମାନ, ସାଉଦି ଆରବ, ବାହାରିନ୍‌, ସିଙ୍ଗାପୁର, ମାଲେସିଆ, ଆମେରିକା, ବ୍ରିଟେନ, କାନାଡା, ଏବଂ ଅଷ୍ଟ୍ରେଲିଆରେ ମାଲାବାର ଗ୍ରୁପ୍‌ର ବିଶ୍ୱସ୍ତରୀୟ ଉପସ୍ଥିତି ବିସ୍ତାରିତ ହୋଇଛି। କମ୍ପାନୀ ୨୬ଟି ଦେଶରେ ୨୧,୦୦୦ରୁ ଅଧିକ ପେସାଦାରଙ୍କୁ ନିୟୋଜିତ କରିଛି; ଯାହା ସାଂସ୍କୃତିକ ବିବିଧତା ଏବଂ ଗ୍ରାହକ ସେବା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ। ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ୮ ଦେଶରେ ୧୪ ଟି ହୋଲ୍‌ସେଲ ୟୁନିଟ୍‌, ୫ଟି ଦେଶରେ ୧୫ ଟି ଅଳଙ୍କାର ଉପତ୍ାଦନ ୟୁନିଟ୍‌, ଡିଜାଇନ ଷ୍ଟୁଡିଓ ରହିଛି। ୨୫ ଟିରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ କଲେକ୍ସନ ସହିତ ୧୦୦ଟି ଦେଶରେ ଏହା ୧୫ ମିଲିୟନରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କୁ ସେବା ଯୋଗାଇଥାଏ।

The post ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର appeared first on Dharitri Odia News.