ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ(୩୪)। ସେ ୪୬ ଆର୍ମି ଆର୍ମଡରେଜିମେଣ୍ଟ ଜମ୍ମୁ ଅଧିନରେ ନିୟୋଜିତ ହୋଇଥିଲେ। ଫାୟାରିଂ ଅଭ୍ୟାସ ପାଇଁ ସେ ରାଜସ୍ଥାନ ପୋଖରାନକୁ ଯାଇଥିଲେ। ବୁଧବାର ସକାଳେ ଫାୟାରିଂ ଅଭ୍ୟାସ ଚାଲୁଥିବା ବେଳେ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା। […] The post ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ appeared first on Dharitri Odia News.

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ(୩୪)। ସେ ୪୬ ଆର୍ମି ଆର୍ମଡରେଜିମେଣ୍ଟ ଜମ୍ମୁ ଅଧିନରେ ନିୟୋଜିତ ହୋଇଥିଲେ।

ଫାୟାରିଂ ଅଭ୍ୟାସ ପାଇଁ ସେ ରାଜସ୍ଥାନ ପୋଖରାନକୁ ଯାଇଥିଲେ। ବୁଧବାର ସକାଳେ ଫାୟାରିଂ ଅଭ୍ୟାସ ଚାଲୁଥିବା ବେଳେ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍‌ଡିଏମ୍‌ ଆଶୁତୋଷ ମିଶ୍ର ଓ ଆନ୍ଧ୍ର ପ୍ରଦେଶର ଏଲ୍‌ଡି ଜିତେନ୍ଦ୍ର କୁମାର ଶହୀଦ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଈଶ୍ୱରଙ୍କୁ ଚଣ୍ଡିଗଡ ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଇଶ୍ୱରଙ୍କ ମୃତଦେହ ପହଞ୍ଚିବା ନେଇ ପରିବାର ପକ୍ଷରୁ ସୂଚନା ରହିଛି। ଈଶ୍ୱରଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକ ପ୍ରକାଶ ପାଇଛି।

The post ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ appeared first on Dharitri Odia News.