ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର, ଫେସବୁକ ପେଜ୍‌ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ

କଟକ : ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର। ଭିଡିଓ ଜାରି କଲା ଗ୍ୟାଙ୍ଗଷ୍ଟାର୍ ସକିଲ। ପୋଲିସ ମତେ ଏନକାଉଣ୍ଟର କରିବାକୁ ଖୋଜୁଛି ବୋଲି ଭିଡିଓରେ କହିଛି ସକିଲ । ପୋଲିସ ଫେକ୍ ଏନକାଉଣ୍ଟର କରିବାକୁ ଯୋଜନା କରୁଥିବା ସକିଲ ଅଭିଯୋଗ କରିିଛି । ମୁଁ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଚାହୁଁଛି, କିନ୍ତୁ ପୋଲିସ ସହଯୋଗ କରୁ ନ ଥିବା କହିଛି ସକିଲ। ସେ ଆହୁରି କହିଛି ଯେ ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ […] The post ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର, ଫେସବୁକ ପେଜ୍‌ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ appeared first on KNews Odisha.

ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର, ଫେସବୁକ ପେଜ୍‌ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ
sakil 2

କଟକ : ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର। ଭିଡିଓ ଜାରି କଲା ଗ୍ୟାଙ୍ଗଷ୍ଟାର୍ ସକିଲ। ପୋଲିସ ମତେ ଏନକାଉଣ୍ଟର କରିବାକୁ ଖୋଜୁଛି ବୋଲି ଭିଡିଓରେ କହିଛି ସକିଲ । ପୋଲିସ ଫେକ୍ ଏନକାଉଣ୍ଟର କରିବାକୁ ଯୋଜନା କରୁଥିବା ସକିଲ ଅଭିଯୋଗ କରିିଛି । ମୁଁ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଚାହୁଁଛି, କିନ୍ତୁ ପୋଲିସ ସହଯୋଗ କରୁ ନ ଥିବା କହିଛି ସକିଲ। ସେ ଆହୁରି କହିଛି ଯେ ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ। ମୁଁ ଏବେ ନିର୍ଦ୍ଦୋଷ। ସମାଜରେ ଆଉ ଅପରାଧ ନକରି ମୁଖ୍ୟସ୍ରୋତକୁ ସାମିଲ ହେବାକୁ ଆହ୍ୱାନ ଦେଉଥିବା ଭିଡିଓରେ ଜଣାପଡିଛି।

ପୂର୍ବରୁ ସକିଲକୁ ଏନକାଉଣ୍ଟର କରିଥିଲା କମିଶନରେଟ ପୋଲିସ । ଗୋଡରେ ଗୁଳି ବାଜି ଥିଲା । ସକିଲ୍ ନାଁ ରେ ଦାଦାବଟି ଆଦାୟ, ଧମକ ଚମକ ଦେବା, ବୋମା ମାଡ଼ କରିବା ଭଳି ଅନେକ ସଙ୍ଗୀନ ମାମଲା ରହିଛି। ଦୁଇ ମାସ ତଳେ ସକିଲ୍ ଜେଲରୁ ବାହାରିଛି ।

The post ଗ୍ୟାଙ୍ଗଷ୍ଟାର ସକିଲକୁ ଏନକାଉଣ୍ଟର ଡର, ଫେସବୁକ ପେଜ୍‌ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ appeared first on KNews Odisha.