ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଲା ନିଆଁ, ମା ଓ ଦୁଇ ଝିଅ ଗୁରୁତର
ଢେଙ୍କାନାଳ : ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର। ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସମ୍ପର୍କୀୟଙ୍କ ସହାୟତାରେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ୩ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସଦରବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁ ଗ୍ରାମରେ । ଗୁରୁତରମାନେ ହେଲେ ମା’ ଶେଫାଳୀ ନାୟକ (୪୨), ବଡ ଝିଅ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ନାୟକ (୧୫) ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ […] The post ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଲା ନିଆଁ, ମା ଓ ଦୁଇ ଝିଅ ଗୁରୁତର appeared first on KNews Odisha.

ଢେଙ୍କାନାଳ : ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର। ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସମ୍ପର୍କୀୟଙ୍କ ସହାୟତାରେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ୩ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସଦରବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁ ଗ୍ରାମରେ । ଗୁରୁତରମାନେ ହେଲେ ମା’ ଶେଫାଳୀ ନାୟକ (୪୨), ବଡ ଝିଅ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ନାୟକ (୧୫) ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ (୧୦) ।
ସମସ୍ତେ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମା’ ଶେଫାଳୀ ରୋଷେଇ କରୁଥିବା ବେଳେ ଟାଙ୍କି ବ୍ଲାଷ୍ଟ ହୋଇଥିବା ସୁଚନା ମିଳିଛି । ମା’ ଶେଫଳୀ ଓ ସାନ ଝିଅ ଜୟଶ୍ରୀଙ୍କର ଶରୀରର ୬୦ ପ୍ରତିଶତ ପୋଡି ହୋଇ ଯାଇଥିବା ଜଣାପଡିଛି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।
The post ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଲା ନିଆଁ, ମା ଓ ଦୁଇ ଝିଅ ଗୁରୁତର appeared first on KNews Odisha.