ଖରାରେ ଠିଆ ହୋଇ ଆଖୁ ରସ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଖରା ଦିନରେ ଥଣ୍ଡା ଥଣ୍ହା ଆଖୁ ରସ ପିଇବାକୁ କିଏ ବା ଭଲନପାଏ? ଆଖୁ ରସ ଯେତିକି ସ୍ବିାଦଷ୍ଟ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ । କେବଳ ପରିବାରେ ନୁହେଁ ବରଂ ଜୁସରେ ମଧ୍ୟ ଅନେକ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଆଖୁ ରସରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ରହିଛି । ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର […] The post ଖରାରେ ଠିଆ ହୋଇ ଆଖୁ ରସ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ appeared first on KNews Odisha.

ଖରାରେ ଠିଆ ହୋଇ ଆଖୁ ରସ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଖରା ଦିନରେ ଥଣ୍ଡା ଥଣ୍ହା ଆଖୁ ରସ ପିଇବାକୁ କିଏ ବା ଭଲନପାଏ? ଆଖୁ ରସ ଯେତିକି ସ୍ବିାଦଷ୍ଟ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ । କେବଳ ପରିବାରେ ନୁହେଁ ବରଂ ଜୁସରେ ମଧ୍ୟ ଅନେକ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଆଖୁ ରସରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ରହିଛି । ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ଥଣ୍ଡା ପ୍ରଭାବ ମଧ୍ୟ ରହିଥାଏ, ତେଣୁ ଏହାକୁ ଖରାଦିନରେ ପିଇଥାଆନ୍ତି କାରଣ ଏହା ଶରୀରକୁ ଥଣ୍ଡା କରିଥାଏ ।ଆଖୁ ରସ ଏକ ଏପରି ଜୁସ ଯାହା ଥଣ୍ଡା ଦିନେ ଗରମ ଏବଂ ଗରମ ଦିନରେ ଥଣ୍ଡା ଆମ ଶରୀରକୁ ଦେଇଥାଏ ।

ଆଖୁ ରସ ପିଇବା ଦ୍ବାରା କେଉଁସବୁ ଫାଇଦା ମିଳିଥାଏ ଆମେ ତ ଅଳ୍ପ ବହୁତ ଜାଣିଛେ । କିନ୍ତୁ ଆପଣ ଜାଣିଛନ୍ତି କି? ଖରାରେ ଠିଆ ହୋଇ ଆଖୁ ରସ ପିଇବା ଦ୍ବାରା ଶରୀରରେ କେଉଁସବୁ ପ୍ରଭାବ ପକାଏ ତେବେ ଆସନ୍ତୁ ଜାଣିବା ।

ଆଖୁ ରସକୁ ଖରା ଗରମରେ ରଖିବା ଦ୍ବାରା ଖରାପ ହବାର ସମ୍ଭାବନା ରହିଥାଏ । ଯଦି ଆଖୁକୁ କୌଣସି ସଫା ସ୍ଥାନରେ ନରଖାଯାଏ ତେବେ ଏଥିରେ ଅନେକ ଜୀବାଣୁ ବ୍ୟପିଯାଇଥାନ୍ତି । ଯାହାଫଳରେ ପେଟ ଯନ୍ତ୍ରଣା, ବାନ୍ତି, ଝାଡା ଭଳି ସମସ୍ୟା ଦେଖାଦେଇଥାଏ । ଆଖୁ ରସ ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଖରାରେ ଆଖୁ ରସ ପିଇବା ଦ୍ବାରା ହଠାତ୍ ସୁଗାର ଲେବଲକୁ ବଢାଇଦେଇଥାଏ । ଆଖୁ ରସରେ ବାସି ବରଫ ମିଶା ରସକୁ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଦୂଷିତ ଆଖୁ ରସ ପିଇବା ଫଳରେ ଆମ ଶରୀରର ଇମ୍ୟୁନିଟି ପାୱାରକୁ ଦୁର୍ବଳ କରିଦେଇଥାଏ । ତେଣୁ ଏଭଳି ଖରାରେ ରହୁଥିବା ଆଖୁ ରସଠାରୁ ଦୂରେଇ ରୁହନ୍ତୁ ।

ସୁସ୍ଥ ଶରୀର ପାଇଁ ସବୁବେଳେ ଫ୍ରେସ୍ ଆଖୁ ରସ ଜୁସ ପିଇବା ଉଚିତ୍ । ସଫା ରଖିଥିବା ଆଖୁ ରସ ଉପଯେର ଧ୍ୟାନ ଦିଅନ୍ତୁ । ଆଖୁ ରସକୁ ଖାଲି ପେଟରେ କିମ୍ବା ଖାଦ୍ୟରେ ପେଟ ଫୁଲ୍ ଥିବା ସମୟରେ ଆଖୁ ରସ ପିଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଝାଳ ବୋହିବା ସମୟରେ ମଧ୍ୟ ଆଖୁ ରସ ପିଇବା ଉଚିତ୍ ନୁହେଁ । ଡାଇବେଟୀସ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଆଖୁ ରସ ପିଇବା ଆବଶ୍ୟକ ।

 

Also Read : ଖରାଦିନେ ଝାଳ ବାହାରି ଆପଣଙ୍କ କେଶ ଦୁର୍ଗନ୍ଧ କରୁଛି କି…ତ ଫଟାଫଟ୍‌ ଏହି ଘରୋଇ ଉପଚାର କରନ୍ତୁ

 

The post ଖରାରେ ଠିଆ ହୋଇ ଆଖୁ ରସ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ appeared first on KNews Odisha.