ଘର ସଜାଡିଲା କଂଗ୍ରେସ, ଦଳକୁ ଫେରିଲେ ମୋକିମ ଓ ଚିରଞ୍ଜୀବ

ଭୁବନେଶ୍ବର: ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଛି । ଏହା ପୂର୍ବରୁ କଂଗ୍ରେସ ନିଜର ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଛି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ଦଳ ନିଲମ୍ବନ ହଟାଇ ଦେଇଛି । ଏହା ସହିତ ବହିଷ୍କୃତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳକୁ ଫେରାଇ ଅଣାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି […] The post ଘର ସଜାଡିଲା କଂଗ୍ରେସ, ଦଳକୁ ଫେରିଲେ ମୋକିମ ଓ ଚିରଞ୍ଜୀବ appeared first on Odisha.News.

ଘର ସଜାଡିଲା କଂଗ୍ରେସ, ଦଳକୁ ଫେରିଲେ ମୋକିମ ଓ ଚିରଞ୍ଜୀବ

ଭୁବନେଶ୍ବର: ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଛି । ଏହା ପୂର୍ବରୁ କଂଗ୍ରେସ ନିଜର ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଛି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ଦଳ ନିଲମ୍ବନ ହଟାଇ ଦେଇଛି । ଏହା ସହିତ ବହିଷ୍କୃତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳକୁ ଫେରାଇ ଅଣାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଛନ୍ତି।

ପ୍ରଭାରୀ ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ଓଡିଶା ଗସ୍ତରେ ଆସିଛନ୍ତି ପ୍ରଭାରୀ ଅଜୟ କୁମାର । ତାଙ୍କର ଏହି ଗସ୍ତରେ କଂଗ୍ରେସ ଏକ ବଡ ନିଷ୍ପତି କ୍ରମେ ତିନି ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରକୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଏହା ସହିତ ଦଳରୁ ବହିଷ୍କୃତ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳକୁ ଫେରାଇ ଅଣାଯାଇଛି । ଗତକାଲି ଅଜୟ କୁମାର ଏହି ତିନି ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ବରିଷ୍ଠ ନେତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଗତବର୍ଷ ଜୁଲାଇ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ଏହାକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ସଂଗଠନର ପରିଚାଳନାକୁ ନେଇ ସେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ।

ଉଭୟଙ୍କ ନାଁରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା। ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିଲା।

The post ଘର ସଜାଡିଲା କଂଗ୍ରେସ, ଦଳକୁ ଫେରିଲେ ମୋକିମ ଓ ଚିରଞ୍ଜୀବ appeared first on Odisha.News.