୨୦ ଦିନ ପରେ BFS ଯବାନଙ୍କୁ ଛାଡ଼ିଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ଭାରତର କାର୍ଯ୍ୟାନୁଷ୍ଠାନ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଶେଷରେ ଭାରତୀୟ ଯବାନଙ୍କୁ ଛାଡ଼ିଲା । ପାକିସ୍ତାନୀଙ୍କ... The post ୨୦ ଦିନ ପରେ BFS ଯବାନଙ୍କୁ ଛାଡ଼ିଲା ପାକିସ୍ତାନ appeared first on .
ନନ୍ଦିଘୋଷ ବ୍ୟୁରୋ: ଭାରତର କାର୍ଯ୍ୟାନୁଷ୍ଠାନ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଶେଷରେ ଭାରତୀୟ ଯବାନଙ୍କୁ ଛାଡ଼ିଲା । ପାକିସ୍ତାନୀଙ୍କ ହେପାଜତରେ ଥିବା BSF ଯବାନଙ୍କୁ ଆଜି ସ୍ବଦେଶ ଛାଡ଼ିଛି ପାକିସ୍ତାନ । ସେ ୨୦ ଦିନରୁ ଅଧିକ ସମୟ ହେବ ପାକିସ୍ତାନରେ ରହିଥିଲେ । ଏବେ ସେ ଅଟ୍ଟାରୀ-ଓ୍ବାଘା ବର୍ଡର ଦେଇ ଭାରତକୁ ଫେରିଛନ୍ତି ।
୪୦ ବର୍ଷିୟ ପୂର୍ଣ୍ଣମ ସ’ ଏପ୍ରିଲ ୨୩ ତାରିଖରେ ଅସାବଧାନତାବଶତଃ ଅନ୍ତର୍ଜାତୀୟ ସୀମା ପାର୍ କରିଯାଇଥିଲେ । ପରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ତାଙ୍କୁ ଅଟକ ରଖାଯାଇଥିଲା । ପଞ୍ଜାବର ଫିରୋଜପୁର ସେକ୍ଟରର BSF ୧୮୨ ତମ ବାଟାଲିୟନରେ ନିଯୁକ୍ତ ଥିଲେ ପୂର୍ଣ୍ଣମ କୁମାର ସ’ । ସେ ସେଦିନ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ସର୍ଭିସ ରାଇଫଲ ଥିଲା । BSF ଅଧିକାରୀଙ୍କ ଅନୁସାରେ, ସୀମା ନିକଟରେ ଚାଷୀମାନଙ୍କ ସୁରକ୍ଷା ପାଇଁ ଏକ ଗୋଷ୍ଠୀ ଯାଉଥିଲା ସମୟରେ ଏହି ଘଟଣା ଘଟିଥିଲେ । ସେ ଗଛ ତଳେ ବିଶ୍ରମ ନେବାକୁ ଯାଇ ଅଜାଣତରେ ପାକିସ୍ତାନରେ ପ୍ରବେଶ କରିଥିଲେ । ତାଙ୍କୁ ତୁରନ୍ତ ପାକିସ୍ତନୀ ରେଞ୍ଜର୍ସମାନେ ହେପାଜତକୁ ନେଇଯାଇଥିଲେ ।
The post ୨୦ ଦିନ ପରେ BFS ଯବାନଙ୍କୁ ଛାଡ଼ିଲା ପାକିସ୍ତାନ appeared first on .