ଘର ସମ୍ମୁଖରୁ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଲିଗୁଡା ଥାନା ଜଗେରମାହା ଗ୍ରାମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରି ଯାଇଥିବା ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଜଗେରମାହା ଗ୍ରାମର ଅଭିନ୍ୟ ଦିଗାଲଙ୍କ ଟ୍ରାକ୍ଟର ପ୍ରତିଦିନ ଭଳି ନିଜ ଘର ସମ୍ମୁଖରେ ରଖି ସହ ପରିବାର ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ଟ୍ରାକ୍ଟରଟିକୁ ଚୋରି କରିନେଇଯାଇଥିବା ଥାନାରେ ଅଭିନ୍ୟଙ୍କ ସ୍ତ୍ରୀ ସଂଗୀତା […] The post ଘର ସମ୍ମୁଖରୁ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ appeared first on Dharitri Odia News.

ଘର ସମ୍ମୁଖରୁ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଲିଗୁଡା ଥାନା ଜଗେରମାହା ଗ୍ରାମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରି ଯାଇଥିବା ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ, ଜଗେରମାହା ଗ୍ରାମର ଅଭିନ୍ୟ ଦିଗାଲଙ୍କ ଟ୍ରାକ୍ଟର ପ୍ରତିଦିନ ଭଳି ନିଜ ଘର ସମ୍ମୁଖରେ ରଖି ସହ ପରିବାର ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ଟ୍ରାକ୍ଟରଟିକୁ ଚୋରି କରିନେଇଯାଇଥିବା ଥାନାରେ ଅଭିନ୍ୟଙ୍କ ସ୍ତ୍ରୀ ସଂଗୀତା ହେମ୍ରମ ଅଭିଯୋଗ କରିଛନ୍ତି। ଏଥିସହ ଅଭିନ୍ୟଙ୍କ ପରିବାର ସଦସ୍ୟ ଟ୍ରାକ୍ଟର ଟିକୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି। ସେମାନେ ତିଲୋରୀ, ସିମନବାଡ଼ି ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଥିବା ଅଭନ୍ୟଙ୍କ ସମ୍ପର୍କୀୟ ଭାଇ ବିଜୁ ଦିଗାଲ କହିଛନ୍ତି।

The post ଘର ସମ୍ମୁଖରୁ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ appeared first on Dharitri Odia News.