ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଥିଲା ସାପ, ଭୟରେ ଦୌଡିଲେ ଲୋକେ
ମୁମ୍ବାଇ୨୩/୯: ଏକ୍ସପ୍ରେସ ଟ୍ରେନ ଏସି କୋଚ୍ ଭିତରେ ସାପ । ବଡ କୋବ୍ରା ସାପ ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଛି । ବିଷଧର ସାପକୁ ଦେଖି ପୁରା କମ୍ପାର୍ଟମେଣ୍ଟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଆତଙ୍କରେ ନିଜ ସିଟ୍ ଛାଡି ଦୌଡିବାକୁ ଲାଗିଲେ । । ମଧ୍ୟପ୍ରଦେଶ ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସର ଏ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେଉଛି । ଟ୍ରେନଟି କାସରା ରେଳଷ୍ଟେସନରେ ଥିବାବେଳେ ଯାତ୍ରୀମାନେ ସାପ ଦେଖିଥିଲେ । ୫ଫୁଟର ଏହି ସାପଟି କୋଚ୍ ନମ୍ବର G-17 ସିଟ୍ ତଳେ ଲୁଚି ରହିଥିଲା । ହଠାତ ବାହାରକୁ ଚାଲି ଆସିଥିଲା । ତେବେ ଭାଗ୍ୟ ଭଲ ସାପ କାହାକୁ ଦଂଶନ କରିନି । ସାପ ସଂପର୍କରେ ତୁରନ୍ତ ଟ୍ରେନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ସାପକୁ ଟ୍ରେନ ଭିତରୁ ଉଦ୍ଧାର କରାଯାଇ ବାହାରେ ଛାଡିଦିଆଯାଇଛି ।
ମୁମ୍ବାଇ୨୩/୯: ଏକ୍ସପ୍ରେସ ଟ୍ରେନ ଏସି କୋଚ୍ ଭିତରେ ସାପ । ବଡ କୋବ୍ରା ସାପ ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଛି । ବିଷଧର ସାପକୁ ଦେଖି ପୁରା କମ୍ପାର୍ଟମେଣ୍ଟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଆତଙ୍କରେ ନିଜ ସିଟ୍ ଛାଡି ଦୌଡିବାକୁ ଲାଗିଲେ । । ମଧ୍ୟପ୍ରଦେଶ ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସର ଏ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେଉଛି । ଟ୍ରେନଟି କାସରା ରେଳଷ୍ଟେସନରେ ଥିବାବେଳେ ଯାତ୍ରୀମାନେ ସାପ ଦେଖିଥିଲେ । ୫ଫୁଟର ଏହି ସାପଟି କୋଚ୍ ନମ୍ବର G-17 ସିଟ୍ ତଳେ ଲୁଚି ରହିଥିଲା । ହଠାତ ବାହାରକୁ ଚାଲି ଆସିଥିଲା । ତେବେ ଭାଗ୍ୟ ଭଲ ସାପ କାହାକୁ ଦଂଶନ କରିନି । ସାପ ସଂପର୍କରେ ତୁରନ୍ତ ଟ୍ରେନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ସାପକୁ ଟ୍ରେନ ଭିତରୁ ଉଦ୍ଧାର କରାଯାଇ ବାହାରେ ଛାଡିଦିଆଯାଇଛି ।