ସଲମାନ୍‌ଙ୍କ ଜନ୍ମଦିନରେ ଆସିବ ‘ସିକନ୍ଦର’ ଟିଜର୍‌

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’କୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଆସନ୍ତା ୨୭ ତାରିଖରେ ସଲମାନ୍‌ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଡିୟାଦୱାଲା ଏହି ଦିନ ‘ସିକନ୍ଦର’ର ଟିଜର୍‌ ଓ ଫାଷ୍ଟଲୁକ୍‌ ଜାରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ.ଆର୍‌ ମୁରୁଗାଦୋସ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସଲମାନ୍‌ ଲଗାତାର ଛଅମାସ ହେଲାଣି ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। […]

ସଲମାନ୍‌ଙ୍କ ଜନ୍ମଦିନରେ ଆସିବ ‘ସିକନ୍ଦର’ ଟିଜର୍‌
Untitled 1 46

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’କୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଆସନ୍ତା ୨୭ ତାରିଖରେ ସଲମାନ୍‌ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଡିୟାଦୱାଲା ଏହି ଦିନ ‘ସିକନ୍ଦର’ର ଟିଜର୍‌ ଓ ଫାଷ୍ଟଲୁକ୍‌ ଜାରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ.ଆର୍‌ ମୁରୁଗାଦୋସ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସଲମାନ୍‌ ଲଗାତାର ଛଅମାସ ହେଲାଣି ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ଜାନୁଆରୀରେ ଏହାର ସୁଟିଂ ଶେଷ ହେବ। ଏଥିରେ ସଲମାନ୍‌ଙ୍କ ବିପକ୍ଷରେ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ। ଏହା ଆସନ୍ତା ବର୍ଷ ଇଦ୍‌ ଅବସରରେ ରିଲିଜ୍‌ ହେବ। ଅପରପକ୍ଷରେ ଏଇ ଡିସେମ୍ବର ୨୫ରେ ବରୁଣ ଧୱନ୍‌ଙ୍କ ଅଭିନୀତ ‘ବେବି ଜନ୍’ ରିଲିଜ୍‌ ହେବ। ଏଥିରେ ସଲମାନ୍‌ ଅତିଥି କଳାକାର ଭାବେ ନଜର ଆସିବେ। ଏଥର ଜନ୍ମଦିନରେ ସଲମାନ୍‌ ଡବଲ ଧମାକା କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।