ଘରକୁ ଫେରିବା ବାଟରେ ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ରାୟଗଡା ୭।୯: ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଖରଜୋଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶନିବାର ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ ନିଜ କପା ଗୁଡିଆକୁ ଯାଇ କାମସାରି ଫେରିବା ସମୟରେ ଜୋରରେ ବର୍ଷା ହେବାରୁ ଏକ ଗଛ ନିକଟରେ ଆଶ୍ରୟ ନେଇଥିଲେ । ହଠାତ ଘଡଘଡି ସହ ବିଜୁଳି ମାରିବାରୁ ବଜ୍ରାଘାତରେ ଯମୁନା ଘଟଣାସ୍ଥଳରେ ପଡିଯିବାରୁ ନିକଟରେ କିଛି ଲୋକ ଦେଖିଥିଲେ । ସଙ୍ଗେ ସଙ୍ଗେ ନିଜ ପରିବାରର ଲୋକକୁ ଜଣାଇବାରୁ ଘଟଣାସ୍ଥଳକୁ ଆସି ଦେଖିବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯମୁନାକୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଯମୁନାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ଫଳରେ ଖରଜୋଡା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଉକ୍ତ ପରିବାର ଅତି ଗରିବ ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।You Can Read:କେନ୍ଦ୍ରାପଡା ଡେରାବିଶରେ ବଢୁଛି ବାର୍ଡଫ୍ଲୁ ଆଶଙ୍କା, ଫାର୍ମରେ ମରୁଛନ୍ତି ପଲ ପଲ କୁଡୁଡା  

ଘରକୁ ଫେରିବା ବାଟରେ ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ରାୟଗଡା ୭।୯: ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଖରଜୋଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ଶନିବାର ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ ନିଜ କପା ଗୁଡିଆକୁ ଯାଇ କାମସାରି ଫେରିବା ସମୟରେ ଜୋରରେ ବର୍ଷା ହେବାରୁ ଏକ ଗଛ ନିକଟରେ ଆଶ୍ରୟ ନେଇଥିଲେ । ହଠାତ ଘଡଘଡି ସହ ବିଜୁଳି ମାରିବାରୁ ବଜ୍ରାଘାତରେ ଯମୁନା ଘଟଣାସ୍ଥଳରେ ପଡିଯିବାରୁ ନିକଟରେ କିଛି ଲୋକ ଦେଖିଥିଲେ । ସଙ୍ଗେ ସଙ୍ଗେ ନିଜ ପରିବାରର ଲୋକକୁ ଜଣାଇବାରୁ ଘଟଣାସ୍ଥଳକୁ ଆସି ଦେଖିବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯମୁନାକୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଯମୁନାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ଫଳରେ ଖରଜୋଡା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଉକ୍ତ ପରିବାର ଅତି ଗରିବ ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

You Can Read:

କେନ୍ଦ୍ରାପଡା ଡେରାବିଶରେ ବଢୁଛି ବାର୍ଡଫ୍ଲୁ ଆଶଙ୍କା, ଫାର୍ମରେ ମରୁଛନ୍ତି ପଲ ପଲ କୁଡୁଡା