ଟି-୨୦ ବିଶ୍ୱକପ୍ ପରେ ସନ୍ନ୍ୟାସ ନେବେ ରୋହିତ ଶର୍ମା ଓ ବିରାଟ କୋହଲି!
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ କ୍ରିକେଟର ଏହି ସର୍ଟ ଫର୍ମାଟ୍ରୁ ସନ୍ନ୍ୟାସ ନେବେ କି କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିରାଟ କୋହଲି? ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କର ସନ୍ନ୍ୟାସ ନେବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନର ୱାଶିମ ଜାଫର ଦୁଇ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିବା ପରେ ରୋହିତ-ବିରାଟଙ୍କ ସନ୍ନ୍ୟାସ ଚର୍ଚ୍ଚା ଜୋର ଧରିଛି। ତେବେ ଶର୍ଟ ଫାର୍ମାଟ ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ଚୟନ କମିଟି ହୁଏତ ବରିଷ୍ଠ ଖେଳାଳିମାନଙ୍କୁ ବାଦ୍ ଦେଇ ଭବିଷ୍ୟତ ଆଡ଼କୁ ଦେଖିପାରେ। ହେଲେ କ୍ରିକେଟର ଏହି ଦୁଇ କିମ୍ବଦନ୍ତୀଙ୍କର ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ। ପୂର୍ବତନ ଓପନର ୱାଶିମ ଜାଫର ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ କହିଛନ୍ତି ଯେ ରୋହିତ ଓ ବିରାଟ ବର୍ତ୍ତମାନ ଚାଲୁଥିବା ଆଇସିସି ଇଭେଣ୍ଟ ପରେ ଅବସର ନେବେ। ସେ କହିଛନ୍ତି “ ମୁଁ ଭାବୁଛି ସେମାନେ(ରୋହିତ-ବିରାଟ) ଟି-୨୦ ବିଶ୍ୱକପ ପରେ ଟି-୨୦ ଫର୍ମାଟ୍ରୁ ଅବସର ନେବେ। ତେବେ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ଓ ଚୟନ କର୍ତ୍ତାଙ୍କ ଉପରେ ନିର୍ଭର କରେ। ଯଦିଓ ସେ ଆଇପିଏଲ୍ ଖେଳିବା ଜାରି ରଖିବେ, ତେବେ ମୁଁ ବାବୁଛି ଯେ ଏହି ଟି-୨୦ ବିଶ୍ୱକପ ତାଙ୍କର ଶେଷ ମ୍ୟାଚ୍ ହେବ।” ତେବେ ବିରାଟ କୋହଲିଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଆହୁରି ସମୟ ରହିଛି। ତାଙ୍କ ଫିଟ୍ନେସ୍ ବି ରହିଛି। ସେ ୧୦୦ଟି ଅନ୍ତ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ କ୍ରିକେଟର ଏହି ସର୍ଟ ଫର୍ମାଟ୍ରୁ ସନ୍ନ୍ୟାସ ନେବେ କି କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିରାଟ କୋହଲି? ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କର ସନ୍ନ୍ୟାସ ନେବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନର ୱାଶିମ ଜାଫର ଦୁଇ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିବା ପରେ ରୋହିତ-ବିରାଟଙ୍କ ସନ୍ନ୍ୟାସ ଚର୍ଚ୍ଚା ଜୋର ଧରିଛି।
ତେବେ ଶର୍ଟ ଫାର୍ମାଟ ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ଚୟନ କମିଟି ହୁଏତ ବରିଷ୍ଠ ଖେଳାଳିମାନଙ୍କୁ ବାଦ୍ ଦେଇ ଭବିଷ୍ୟତ ଆଡ଼କୁ ଦେଖିପାରେ। ହେଲେ କ୍ରିକେଟର ଏହି ଦୁଇ କିମ୍ବଦନ୍ତୀଙ୍କର ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।
ପୂର୍ବତନ ଓପନର ୱାଶିମ ଜାଫର ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ କହିଛନ୍ତି ଯେ ରୋହିତ ଓ ବିରାଟ ବର୍ତ୍ତମାନ ଚାଲୁଥିବା ଆଇସିସି ଇଭେଣ୍ଟ ପରେ ଅବସର ନେବେ। ସେ କହିଛନ୍ତି “ ମୁଁ ଭାବୁଛି ସେମାନେ(ରୋହିତ-ବିରାଟ) ଟି-୨୦ ବିଶ୍ୱକପ ପରେ ଟି-୨୦ ଫର୍ମାଟ୍ରୁ ଅବସର ନେବେ। ତେବେ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ଓ ଚୟନ କର୍ତ୍ତାଙ୍କ ଉପରେ ନିର୍ଭର କରେ। ଯଦିଓ ସେ ଆଇପିଏଲ୍ ଖେଳିବା ଜାରି ରଖିବେ, ତେବେ ମୁଁ ବାବୁଛି ଯେ ଏହି ଟି-୨୦ ବିଶ୍ୱକପ ତାଙ୍କର ଶେଷ ମ୍ୟାଚ୍ ହେବ।”
ତେବେ ବିରାଟ କୋହଲିଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଆହୁରି ସମୟ ରହିଛି। ତାଙ୍କ ଫିଟ୍ନେସ୍ ବି ରହିଛି। ସେ ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିପାରିବେ। ମୋର ଶତପ୍ରତିଶତ ଆଶା ଅଛି ବିରାଟ ୧୦୦ଟି ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିପାରିବେ।