ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଅନଲାଇନ ଗେମ୍‌ ଖେଳିବା ପାଇଁ ପୁଅ ନିଜେ ଘରୁ ଲୁଟ୍‌ କରି ସୁନା ଅଳଙ୍କାର ବନ୍ଧକ ରଖିଥିଲେ। ପୁଅଙ୍କ ଦୋଷ ଲୁଚାଇବାକୁ ମା’ ମଧ୍ୟ ନାଟକରେ ସାମିଲ ହୋଇଥିଲେ। ରବିବାର ଅଭିଯୁକ୍ତ ପୁଅ ରାଜେନ୍ଦ୍ର ନାଥ (୩୨)ଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ପ୍ରଶାନ୍ତ […] The post ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର appeared first on Dharitri Odia News.

ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଅନଲାଇନ ଗେମ୍‌ ଖେଳିବା ପାଇଁ ପୁଅ ନିଜେ ଘରୁ ଲୁଟ୍‌ କରି ସୁନା ଅଳଙ୍କାର ବନ୍ଧକ ରଖିଥିଲେ। ପୁଅଙ୍କ ଦୋଷ ଲୁଚାଇବାକୁ ମା’ ମଧ୍ୟ ନାଟକରେ ସାମିଲ ହୋଇଥିଲେ। ରବିବାର ଅଭିଯୁକ୍ତ ପୁଅ ରାଜେନ୍ଦ୍ର ନାଥ (୩୨)ଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୫ରେ ଫକୀରପୁର ସିଟି ସ୍କୁଲ ସମ୍ମୁଖ ପ୍ରଫୁଲ୍ଲ ନାଥଙ୍କ ଘରେ ବନ୍ଧୁକଧାରୀ ଦୁର୍ବୃତ୍ତ ପଶିଥିଲେ। ବନ୍ଧୁକ ଦେଖାଇ ଘରେ ଥିବା ସୁନା ଅଳଙ୍କାର ନେଇଯାଇଥିଲେ। ପୁଷ୍ପାଞ୍ଜଳୀ ନାଥଙ୍କ ଅଭିଯୋଗ ଆଧାରରେ ଆନନ୍ଦପୁର ପୋଲିସ ଏକ ମାମଲା(ନଂ.୮୩/୨୦୨୫) ରୁଜୁ କରି ତନ୍ତନ୍ତ ଆରମ୍ଭ କରିଥିଲା। ଘଟଣାରେ ରାଜେନ୍ଦ୍ର ଜଡ଼ିତ ଥିବା ଜଣାପଡ଼ିବା ପରେ ପଚରାଉଚରା ବେଳେ ସବୁ ସତ ମାନିଥିଲେ। ଅଭିଯୁକ୍ତଙ୍କ ବୟାନ ଆଧାରରେ ଗୋଟିଏ ସୁନା ଚେନ୍‌, ଗୋଟିଏ ମଙ୍ଗଳସୁତ୍ର, ୬ ଗୋଟି କାନ ନୋଳି, ଗୋଟିଏ ହଳ ସୁନାମୁଦି, ଗୋଟିଏ ହଳ କାନଫୁଲ ଜବତ କରାଯାଇଛି।

ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପାଇଁ ପୁଅ ରାଜେନ୍ଦ୍ର ଘରେ ଥିବା ସମସ୍ତ ଅଳଙ୍କାର ଲୁଟି ନେଇ ବନ୍ଧକ ରଖିଥିଲେ। ପୁଅଙ୍କ ଏହି ଘଟଣା ସ୍ବାମୀଙ୍କ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ପୁଷ୍ପାଞ୍ଜଳୀ ଏଭଳି ନାଟକ କରିଥିଲେ। ଖବରଦାତା ସମ୍ମିଳନୀରେ ଆନନ୍ଦପୁର ଥାନା ଅଧିତ୍କାରୀ ଫନିନ୍ଦ୍ର କୁମାର ନାୟକଙ୍କ ସମେତ ତଦନ୍ତକାରୀ ପୋଲିସ ଦଳ ଉପସ୍ଥିତ ଥିଲେ।

The post ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର appeared first on Dharitri Odia News.