ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଉକ୍ତ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହଛନ୍ତି, ଚଳିତ ବର୍ଷ ରାଜ୍ୟ ସରକାର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ଏହି ତାଲିମ ଦେବା ବ୍ୟବସ୍ଥା କରିଛନ୍ତି। ଛାତ୍ରୀମାନେ ଯଦି ହଠାତ୍‌ କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ଏହି ତାଲିମ୍‌ […] The post ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ  appeared first on Dharitri Odia News.

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଉକ୍ତ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହଛନ୍ତି, ଚଳିତ ବର୍ଷ ରାଜ୍ୟ ସରକାର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ଏହି ତାଲିମ ଦେବା ବ୍ୟବସ୍ଥା କରିଛନ୍ତି। ଛାତ୍ରୀମାନେ ଯଦି ହଠାତ୍‌ କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ଏହି ତାଲିମ୍‌ ନେଇଥିଲେ ନିଜ ଲଢ଼େଇ ନିଜେ ଲଢ଼ିପାରିବେ।  ଏହାକୁ  ଅତି ସହଜରେ ମୁକାବିଲା କରିପାରିବେ।
ତେଣୁ ସମସ୍ତ ଛାତ୍ରୀ ତାଲିମ ନେବାକୁ ଅଧ୍ୟକ୍ଷ ଆହ୍ବାନ ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ କହିଥିଲେ ଛାତ୍ରୀମାନେ ଏହି ତାଲିମ ନେଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିପାରିବେ । ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଜାତୀୟ ସେବା ଯୋଜନା ଅଧିକାରୀ ସନାତନ ବେହେରା, ଶୈଖିକ ପରିଷଦ ସମ୍ପାଦକ ହର ପ୍ରସାଦ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଯୋଜନା ଅଧିକାରିଣୀ ଅଧ୍ୟାପିକା ବିସ୍ମିତା ଛତର ସଭାକୁ ସଂଯୋଜନା କରିଥିଲେ। ସହ ଯୋଜନା ଅଧିକାରିଣୀ କଳ୍ପନା ଷଣ୍ଢ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ଅଧ୍ୟାପକ ବିଦେଶୀ ରାଉତ, ଦୁର୍ଗା ମାଧବ ସାହୁ, ଡ. ସିମାଞ୍ଚଳ ବେହେରା, ବିଭୂତି ଗୌଡ, ଅଧ୍ୟାପିକା ଜୋତ୍ସ୍ନା ରାଣୀ ଦାସ, ଶେଫାଳି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତାଲିମଦାତ୍ରୀ ଇତିଶ୍ରୀ ସ୍ବାଇଁ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ । ୮ ଦିନ ବ୍ୟାପୀ ଏହି ତାଲିମ ଶିବିର ଚାଲିବ। ନାରୀମାନେ ଘରୁ ବାହାରିବା ମାତ୍ରେ ବିପଦ ଅଛି। ତାହାକୁ କିଭଳି ମୁକାବିଲା କରିପାରିବା ସେଥିପାଇଁ ସରକାର ଆମ ମାନଙ୍କ କଥା ଚିନ୍ତା କରୁଛନ୍ତି। ତେଣୁ ଏନେଇ ତାଲିମ ଶିବିର ଆୟୋଜନ ହୋଇଛି ବୋଲି ତାଲିମଦାତ୍ରୀ ସ୍ବାଇଁ କହିଛନ୍ତି ।

The post ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ  appeared first on Dharitri Odia News.