ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ଭାଜପା ସୁରକ୍ଷା ଦେବା ଲଜ୍ଜାଜନକ
ଭୁବନେଶ୍ୱର,୨୮ା୫(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଭାଜପା ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ ବୋଲି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି । ଈପ୍ସିତା କହିଛନ୍ତି, ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁରକ୍ଷା ଦେବା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛିି। ଆଉ ଏଥିନେଇ ସେ ଲଜ୍ଜିତ ହେବା କଥା। କାରଣ ପ୍ରଶାନ୍ତ […] The post ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ଭାଜପା ସୁରକ୍ଷା ଦେବା ଲଜ୍ଜାଜନକ appeared first on Dharitri Odia News.
ଭୁବନେଶ୍ୱର,୨୮ା୫(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଭାଜପା ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ ବୋଲି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି ।
ଈପ୍ସିତା କହିଛନ୍ତି, ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁରକ୍ଷା ଦେବା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛିି। ଆଉ ଏଥିନେଇ ସେ ଲଜ୍ଜିତ ହେବା କଥା। କାରଣ ପ୍ରଶାନ୍ତ ଜଗଦ୍ଦେବ ସେହି ବ୍ୟକ୍ତି ଯିଏ ମଦ୍ୟପାନ କରି ନିଜ କାର୍ରେ ଭାଜପା କର୍ମୀ ଓ ସମର୍ଥକଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା ା
ଏହା ପୂର୍ବରୁ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ଭାଜପା ନଗର ସଭାପତିଙ୍କୁ ମାଡ଼ ମାରିଥିଲେ। ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହ ଥିବା କେତେଜଣ ଅସାମାଜିକ ବ୍ୟକ୍ତି କେବଳ ଇଭିଏମ୍ ଭାଙ୍ଗି ନ ଥିଲେ, ଦୁଇଦିନ ତଳେ ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥ୍ରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ସହ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ରେ ସେ ସେଠାରୁ ଫେରାର୍ ହେଉଥିଲେ। ଯେଉଁମାନେ ସେହି ସମୟରେ ଧାଡ଼ିରେ ଥିଲେ ଏବଂ ଜଗଦ୍ଦେବ ତାଙ୍କୁ ପଛକୁ ଠେଲି ଦେଇଥିବା ଦେଖିଛନ୍ତି। କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛି ଓଡ଼ିଶା ଭାଜପା। ଆମେ ଆଶା କରୁଛୁ ଯେ ଓଡ଼ିଶା ଭାଜପାର କିଛି ଲଜ୍ଜା ଭାବ ରହିବ ଏବଂ ଜଗଦ୍ଦେବଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ରକ୍ଷା କରିବାକୁ ଆସିବ ନାହିଁ। ଭାଜପା ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ଭାଜପାରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କୁହନ୍ତୁ। ତେବେ ଓଡ଼ିଶା ଭାଜପାର ଏଭଳି ନିମ୍ନସ୍ତରର ରାଜନୀତି ଯୋଗୁ ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଈପ୍ସିତା କହିଛନ୍ତି ।
The post ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ଭାଜପା ସୁରକ୍ଷା ଦେବା ଲଜ୍ଜାଜନକ appeared first on Dharitri Odia News.