ଘରେ କେତେ ସୁନା ରଖିପାରିବେ? ଯଦି ଅଧିକ ରଖିଛନ୍ତି ହୋଇ ଯାଆନ୍ତୁ ସାବଧାନ! ଦେବାକୁ ପଡିପାରେ ଟ୍ୟାକ୍ସ
ମୁମ୍ବାଇ : ଭାରତୀୟ ଲୋକମାନଙ୍କର ସୁନା ଓ ରୂପା ପ୍ରତି ଅହେତୁକ ଦୂର୍ବଳତା ରହିଛି। କିଛି ବି ଶୂଭ କାର୍ଯ୍ୟ ହେଲେ ଭାରତୀୟମାନେ ପ୍ରଥମେ ସୁନା କିଣିବାକୁ ପସନ୍ଦ କରନ୍ତି। ସୁନା ଯେ ମହିଳାଙ୍କ ପାଇଁ ଏକ ଅଳଙ୍କାର କି ଆଭୂଷଣ ନୁହେଁ, ଏହା ଏକ ସମ୍ପତ୍ତି ଭଳି ରହିଥାଏ। ଯେକୌଣସି ସମୟରେ ଆପଣ ଏହାର ଉପଯୋଗ କରିପାରିବେ। କିଛି ବି ଜରୁରୀ ସମୟରେ ଆପଣ ଏହାକୁ ବିକ୍ରୟ ହେଉ ବା ବନ୍ଧକ ରଖି ଟଙ୍କା ପାଇପାରିବେ। କିନ୍ତୁ […]

ମୁମ୍ବାଇ : ଭାରତୀୟ ଲୋକମାନଙ୍କର ସୁନା ଓ ରୂପା ପ୍ରତି ଅହେତୁକ ଦୂର୍ବଳତା ରହିଛି। କିଛି ବି ଶୂଭ କାର୍ଯ୍ୟ ହେଲେ ଭାରତୀୟମାନେ ପ୍ରଥମେ ସୁନା କିଣିବାକୁ ପସନ୍ଦ କରନ୍ତି। ସୁନା ଯେ ମହିଳାଙ୍କ ପାଇଁ ଏକ ଅଳଙ୍କାର କି ଆଭୂଷଣ ନୁହେଁ, ଏହା ଏକ ସମ୍ପତ୍ତି ଭଳି ରହିଥାଏ। ଯେକୌଣସି ସମୟରେ ଆପଣ ଏହାର ଉପଯୋଗ କରିପାରିବେ। କିଛି ବି ଜରୁରୀ ସମୟରେ ଆପଣ ଏହାକୁ ବିକ୍ରୟ ହେଉ ବା ବନ୍ଧକ ରଖି ଟଙ୍କା ପାଇପାରିବେ। କିନ୍ତୁ ଆପଣ ଜାଣନ୍ତି କି ଘରେ ସୁନା ରଖିବାର ଏକ ସୀମା ଅଛି । ଘରେ ସୁନା ରଖିବା ପାଇଁ ସରକାର ନିୟମ ସ୍ଥିର କରିଛନ୍ତି। ଯଦି ଆପଣ ଯେତିକି ସୁନା ରଖିବାର ସୀମା ରହିଛି, ତାହା ଅତିକ୍ରମ କରନ୍ତି ତେବେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆପଣଙ୍କ ଏଥି ପାଇଁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିପାରେ।
ଆପଣ ଘରେ କେତେ ସୁନା ରଖିପାରିବେ?
ଭାରତ ସରକାରଙ୍କ ଆୟକର ଅଧିନିୟମ ଅନୁଯାୟୀ ଘରେ ସୁନା ରଖିବା ପାଇଁ ଏକ ସୀମା ଧାର୍ଯ୍ୟ କରାଯାଇଛି। ଏହି ସୀମା ଅନୁଯାୟୀ, ଏହି ସୀମା ପୁରୁଷ ଏବଂ ମହିଳାଙ୍କ ପାଇଁ ଭିନ୍ନ ଅଟେ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଅନୁଯାୟୀ, ଆପଣ ଘରେ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁନା ରଖିପାରିବେ। ଏହା ଠାରୁ ଅଧିକ ସୁନା ରଖିଲେ ଆପଣଙ୍କ ପାଖରେ ଯେତେ ବି ସୁନା ଅଳଙ୍କାର ରହିଥିବ ସେହି ସୁନାର ପ୍ରମାଣ ଏବଂ ହିସାବ ଥିବା ଆବଶ୍ୟକ । ଏହା ସହିତ ସୁନା କିଭଳି କିଣିଲେ ଏବଂ କେଉଁ ଟଙ୍କାରେ କିଣିଥିଲେ ତାହା ହିସାବ ଦେଇପାରୁଥିବା ଆବଶ୍ୟକ ।
- ଭାରତରେ ଜଣେ ବିବାହିତ ମହିଳା ଘରେ ୫୦୦ ଗ୍ରାମ ସୁନା ରଖିପାରିବେ
- ଅବିବାହିତ ମହିଳାମାନେ ଘରେ ୨୫୦ ଗ୍ରାମ ପର୍ଯ୍ୟନ୍ତ ସୁନା ରଖିପାରିବେ
- ପୁରୁଷମାନଙ୍କୁ କେବଳ ୧୦୦ ଗ୍ରାମ ସୁନା ରଖିବାକୁ ଅନୁମତି ଦିଆଯାଇଛି
ପୌତୃକ ସୁନା ଉପରେ ଟିକସ ରହିବ କି?
ତେବେ ଯଦି ଆପଣ କର ମୁକ୍ତ ଆୟରେ ସୁନା କିଣି ରଖିଛନ୍ତି ତେବେ ଏଥିପାଇଁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବନି । କର ମୁକ୍ତ ଟଙ୍କାରେ ସୁନା କିଣିଥିଲେ ତାହା ଆଇନଗତ ଅପରାଧ ନୁହେଁ ବରଂ ନିଜର ହକ୍ ଭାବେ ଗଣାଯାଏ । ତେଣୁ ଏହା ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ଯଦି ଆପଣ ଘୋଷିତ ଆୟ କିମ୍ବା ଟିକସମୁକ୍ତ ଆୟରୁ ସୁନା କିଣିଛନ୍ତି କିମ୍ବା ସୁନା ଆପଣଙ୍କ ପୂର୍ବ ପୁରୁଷରୁ ରହିଛି, ତେବେ ଆପଣଙ୍କୁ ଏହା ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ ।