ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡା,୧୩ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡ୍ଡୀ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ବୁଗୁଡା ଥାନା ଅଞ୍ଚଳର ମିଥୁନ ସ୍ବାଇଁ (୨୨)। ଏ ନେଇ ଥାନାରେ ଏକ ବଳାତ୍କାର ମାମଲା(ନଂ. ୧୬୧/୨୫) ରୁଜୁ ହୋଇଛି। ପ୍ରକାଶ ଯେ, ଗତ ୧୧ରେ ନାବାଳିକାଙ୍କ ମା’ ବ୍ୟାଙ୍କ କାମରେ ବୁଗୁଡାକୁ ଆସିଥିବା ବେଳେ ସେ ଘରେ […] The post ଘରେ ପଶି ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡା,୧୩ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡ୍ଡୀ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ବୁଗୁଡା ଥାନା ଅଞ୍ଚଳର ମିଥୁନ ସ୍ବାଇଁ (୨୨)। ଏ ନେଇ ଥାନାରେ ଏକ ବଳାତ୍କାର ମାମଲା(ନଂ. ୧୬୧/୨୫) ରୁଜୁ ହୋଇଛି।

ପ୍ରକାଶ ଯେ, ଗତ ୧୧ରେ ନାବାଳିକାଙ୍କ ମା’ ବ୍ୟାଙ୍କ କାମରେ ବୁଗୁଡାକୁ ଆସିଥିବା ବେଳେ ସେ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅପରାହ୍ନ ପ୍ରାୟ ୩ଟାରେ ମିଥୁନ ବାରିପଟ ଦ୍ୱାର ଦେଇ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ।

ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇବା ପାଇଁ ତାଙ୍କୁ ମିଥୁନ ଧମକଚମକ ଦେଇଥିଲେ। ୪ଟାରେ ମା’ ଘରକୁ ଫେରିଥିଲେ। ଘର ସମ୍ମୁଖ ଦ୍ୱାର କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ବାରିପଟକୁ ଯାଇଥିଲେ। ନାବାଳିକାଙ୍କ ମା’ଙ୍କ ପାଟି ଶୁଣି ମିଥୁନ ସେଠାରୁ ଫେରାର ହୋଇଯାଇଥିଲେ।

ନାବାଳିକା ଜଣକ କାନ୍ଦି କାନ୍ଦି ମା’ଙ୍କ ଆଗରେ ଘଟଣା ସମ୍ପର୍କରେ ସବୁ କହିଥିଲେ। ଏ ନେଇ ୧୨ତାରିଖରେ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ମିଥୁନଙ୍କୁ ଗିରଫ କରିଥିଲା। ପରେ ବୁଗୁଡା ମେଡିକାଲରେ ଯୁବକଙ୍କ ଏବଂ ଭଞ୍ଜନଗର ମେଡିକାଲରେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତ ମିଥୁନଙ୍କୁ ଜେଲକୁ ପଠାଯାଇଛି।

The post ଘରେ ପଶି ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.