ଘରେ ପଶି ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ : ୫ ଅଭିଯୁକ୍ତ ଗିରଫ, ଦୁଇ ଫେରାର

ଜଗତସିଂହପୁର ୧୫।୫: ଘରେ ପଶିଲେ, ଆକ୍ରମଣ କରି ଲୁଟିନେଲେ । ଜଗତସିଂହପୁର ଦଣ୍ଡିଲୋ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୫ ଗିରଫ । ଦୁଇ ଜଣ ଫେରାର ହୋଇଛନ୍ତି । ଚୋରି ଅଳଙ୍କାର ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ଗତ ୨ ତାରିଖ ରାତିରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିରିଡି ଓ ମାହାଙ୍ଗା ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଡ଼କାୟତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ତିନୋଟି ମୋବାଇଲ, ଦୁଇଟି ବାଇକ୍ ଓ ବହୁ ସୁନା, ରୁପା ଅଳଙ୍କାର ଜବତ କରାଯାଇଛି । ଗତ ୨ ତାରିଖ ରାତିରେ ଦଣ୍ଡିଲୋ ଗାଁର ସୁକାନ୍ତ ମହାରଣା ଓ ତାଙ୍କ ଘରେ ଭଡାରେ ରହୁଥିବା ଦୁଇଟି ପରିବାରଙ୍କ ଘରୁ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତ ମାନେ ବନ୍ଧୁକ ଦେଖାଇ ଏମାନଙ୍କ ଘରୁ ଟଙ୍କା, ସୁନା ଆଦି ଲୁଟି ନେଇଥିଲେ । ଡ଼କାୟତ ମାନଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିଲେ ।  ଗିରଫ ଡ଼କାୟତ ମାନେ ତିର୍ତ୍ତୋଲ ଓ ବିରିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା  ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।You Can Read:ବିଡିଓ ଓ ସିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ : ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ, ଯିଏ କାମ ନ କରିବ

ଘରେ ପଶି ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ : ୫ ଅଭିଯୁକ୍ତ ଗିରଫ, ଦୁଇ ଫେରାର

ଜଗତସିଂହପୁର ଘରେ ପଶିଲେ, ଆକ୍ରମଣ କରି ଲୁଟିନେଲେ । ଜଗତସିଂହପୁର ଦଣ୍ଡିଲୋ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୫ ଗିରଫ । ଦୁଇ ଜଣ ଫେରାର ହୋଇଛନ୍ତି । ଚୋରି ଅଳଙ୍କାର ଜବତ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ଗତ ୨ ତାରିଖ ରାତିରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିରିଡି ଓ ମାହାଙ୍ଗା ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଡ଼କାୟତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ତିନୋଟି ମୋବାଇଲ, ଦୁଇଟି ବାଇକ୍ ଓ ବହୁ ସୁନା, ରୁପା ଅଳଙ୍କାର ଜବତ କରାଯାଇଛି । 

ଗତ ୨ ତାରିଖ ରାତିରେ ଦଣ୍ଡିଲୋ ଗାଁର ସୁକାନ୍ତ ମହାରଣା ଓ ତାଙ୍କ ଘରେ ଭଡାରେ ରହୁଥିବା ଦୁଇଟି ପରିବାରଙ୍କ ଘରୁ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତ ମାନେ ବନ୍ଧୁକ ଦେଖାଇ ଏମାନଙ୍କ ଘରୁ ଟଙ୍କା, ସୁନା ଆଦି ଲୁଟି ନେଇଥିଲେ । ଡ଼କାୟତ ମାନଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିଲେ ।  ଗିରଫ ଡ଼କାୟତ ମାନେ ତିର୍ତ୍ତୋଲ ଓ ବିରିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା  ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

You Can Read:

ବିଡିଓ ଓ ସିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ : ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ, ଯିଏ କାମ ନ କରିବ କ୍ଷମା ନାହିଁ