ଉତ୍ତର ଭାରତରେ ତାତିରୁ ନାହିଁ ନିସ୍ତାର, ଦିଲ୍ଲୀରେ ୫ ଓ ନୋଏଡାରେ ୧୦ ମୃତ

ନୂଆଦିଲ୍ଲୀ ୧୯/୦୬: ଖରା, ଗରମରେ ଅସ୍ତବ୍ୟସ୍ତ ସମଗ୍ର ଉତ୍ତର ଭାରତ । ଗତ ୭୨ ଘଣ୍ଟାରେ ଦିଲ୍ଲୀରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ବିଶେଷ କରି ଜାତୀୟ ରାଜଧାନୀ ଦିଲ୍ଲୀରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ୩ ଡାକ୍ତରଖାନାରେ ଗରମ ହେତୁ ଅନେକଙ୍କ ମୃତ୍ୟୁ ହୋଇଛି। ନୋଏଡାରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗରମ ଦ୍ୱାରା ପ୍ରଭାବିତ ପ୍ରାୟ ୩୬ ଜଣଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲୋକ ନାୟକ ହସପିଟାଲରେ (LNJP) ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ କାର ମେକାନିକ ୧୬ ଜୁନ୍ ରେ ହିଟ୍ଓ୍ୱେଭ୍‌ ଜନିତ ମୃତ୍ୟୁ ହେତୁ ମୃତ୍ୟୁ ହୋଇଛି । ସେହିଭଳି ବିହାରର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଷ୍ଟେସନରେ ବୁଲୁଥିବାବେଳେ ହିଟ୍‌ଓ୍ୱେଭ୍‌ର ଶିକାର ହୋଇଥିଲେ । ଆଉ କିଛି ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । LNJP ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର କହିଛନ୍ତି ହିଟ୍‌ଓ୍ୱେଭ୍‌ର ଶିକାର ହୋଇଥିବା ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର । ସେପଟେ ଦିଲ୍ଲୀର ଅନେକ ଘରୋଇ ଡାକ୍ତରଖାନା ଏବଂ ଛୋଟ କ୍ଲିନିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଆଗାମୀ ୨୪ ମଧ୍ୟରେଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । 

ଉତ୍ତର ଭାରତରେ ତାତିରୁ ନାହିଁ ନିସ୍ତାର, ଦିଲ୍ଲୀରେ ୫ ଓ ନୋଏଡାରେ ୧୦ ମୃତ

ନୂଆଦିଲ୍ଲୀ ୧୯/୦୬: ଖରା, ଗରମରେ ଅସ୍ତବ୍ୟସ୍ତ ସମଗ୍ର ଉତ୍ତର ଭାରତ । ଗତ ୭୨ ଘଣ୍ଟାରେ ଦିଲ୍ଲୀରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ବିଶେଷ କରି ଜାତୀୟ ରାଜଧାନୀ ଦିଲ୍ଲୀରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ୩ ଡାକ୍ତରଖାନାରେ ଗରମ ହେତୁ ଅନେକଙ୍କ ମୃତ୍ୟୁ ହୋଇଛି। 

ନୋଏଡାରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗରମ ଦ୍ୱାରା ପ୍ରଭାବିତ ପ୍ରାୟ ୩୬ ଜଣଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଲୋକ ନାୟକ ହସପିଟାଲରେ (LNJP) ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ କାର ମେକାନିକ ୧୬ ଜୁନ୍ ରେ ହିଟ୍ଓ୍ୱେଭ୍‌ ଜନିତ ମୃତ୍ୟୁ ହେତୁ ମୃତ୍ୟୁ ହୋଇଛି । ସେହିଭଳି ବିହାରର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଷ୍ଟେସନରେ ବୁଲୁଥିବାବେଳେ ହିଟ୍‌ଓ୍ୱେଭ୍‌ର ଶିକାର ହୋଇଥିଲେ । ଆଉ କିଛି ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । 

LNJP ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର କହିଛନ୍ତି ହିଟ୍‌ଓ୍ୱେଭ୍‌ର ଶିକାର ହୋଇଥିବା ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର । ସେପଟେ ଦିଲ୍ଲୀର ଅନେକ ଘରୋଇ ଡାକ୍ତରଖାନା ଏବଂ ଛୋଟ କ୍ଲିନିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଆଗାମୀ ୨୪ ମଧ୍ୟରେଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।