ହାଣ୍ଡିରେ ସୁନାରୁପା ବାନ୍ଧିକି ଯାଇଥିଲା, ବାହାରିଲା ବିଷଧର ସାପ; କଳାକନା ବୁଲାଇଦେଲା ଭଣ୍ଡ ତାନ୍ତ୍ରିକ
ଉମରକୋଟ୨୨/୦୩ : ଜଣେ ତାନ୍ତ୍ରିକ କଥାରେ ପଡ଼ି ଘରର ଟଙ୍କା ସୁନାରୁପା ହରାଇଛନ୍ତି ଏକ ଦମ୍ପତି। ହାଣ୍ଡିରେ ସୁନାରୁପା ବାନ୍ଧିକି ଯାଇଥିଲା। ହାଣ୍ଡିରୁ ବାହାରିଲା ବିଷଧର ସାପ।ଦୁଇପଟ ଧଳାଚୁଡ଼ି କିଛି ଖୁଚୁରା ପଇସା। ଏମିତି ଠକିକି ଯାଇଛି ଯେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦମ୍ପତି। ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗିପାରେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ।ସହରର DNK ଠାରେ ରୁହନ୍ତି ପ୍ରଭାକର ମଲ୍ଲିକ। ଗତ ରବିବାର ତାଙ୍କ ଘରକୁ ଜଣେ ତାନ୍ତ୍ରିକ ଆସିଥିଲା। ବାସ୍ତୁଦୋଷ ତୁଟାଇଦେବ ଘରେ ଧନସଂପତ୍ତି ବଢ଼ିବ ଏଥିପାଇଁ ପୂଜା କରିବ ବୋଲି କହିଥିଲା। ଏଥିପାଇଁ ପ୍ରଭାକର ଓ ତାଙ୍କ ପତ୍ନୀଙ୍କ ବୟସ ମିଶାଇଲେ ୭୩ ହେଉଥିବାରୁ ସେହି ଓଜନର ସୁନା ରୁପା ଓ ତମ୍ବା ମାଗିଥିଲା। ପୁଅ ଝିଅଙ୍କ ବୟସ ମିଶାଇ ଆଉଥରେ ତମ୍ବା, ରୁପା ଓ ସୁନା ମାଗିଥିଲେ । ସେହି ସୁନା ରୂପା ଓ ତମ୍ବାକୁ ଗୋଟିଏ ଷ୍ଟିଲ ହାଣ୍ଡି ଭିତରେ ରଖି କପଡ଼ାରେ ବାନ୍ଧିଥିଲା। ୨୭ଟି ଗଣ୍ଠି ପକାଇ ଦେଇଥିଲା। ଶନିବାର ଯାଏଁ ନ ଖୋଲିବାକୁ କହି ଯାଇଥିଲା। ତାନ୍ତ୍ରିକକୁ ବସଷ୍ଟାଣ୍ଡରେ ଛାଡି ଆସିଥିଲେ ନିଜେ ପ୍ରଭାକର। ହେଲେ ସେହିଠାରେ ସନ୍ଦେହ ହୋଇଥିଲା। ପତ୍ନୀକୁ ଫୋନ୍ କରି ହାଣ୍ଡିରେ ସୁନା ରୁପା ଅଛି କି ନାହିଁ ଦେଖିବାକୁ କହିଥିଲେ। ପତ୍ନୀ ହାଣ୍ଡି ଭିତରେ ହାତ ପୁରାଇ ଦେଖିବାରୁ ବାହାରିଥିଲା ଏକ ବିଷଧର ଜିଅନ୍ତା ସାପ। ଭାଗ୍ୟଭଲ ସାପ କାମୁଡ଼ିନଥିଲା। ହାଣ୍ଡିରେ ପଡ଼ି
ଉମରକୋଟ୨୨/୦୩ : ଜଣେ ତାନ୍ତ୍ରିକ କଥାରେ ପଡ଼ି ଘରର ଟଙ୍କା ସୁନାରୁପା ହରାଇଛନ୍ତି ଏକ ଦମ୍ପତି। ହାଣ୍ଡିରେ ସୁନାରୁପା ବାନ୍ଧିକି ଯାଇଥିଲା। ହାଣ୍ଡିରୁ ବାହାରିଲା ବିଷଧର ସାପ।ଦୁଇପଟ ଧଳାଚୁଡ଼ି କିଛି ଖୁଚୁରା ପଇସା। ଏମିତି ଠକିକି ଯାଇଛି ଯେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦମ୍ପତି। ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗିପାରେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ।

ସହରର DNK ଠାରେ ରୁହନ୍ତି ପ୍ରଭାକର ମଲ୍ଲିକ। ଗତ ରବିବାର ତାଙ୍କ ଘରକୁ ଜଣେ ତାନ୍ତ୍ରିକ ଆସିଥିଲା। ବାସ୍ତୁଦୋଷ ତୁଟାଇଦେବ ଘରେ ଧନସଂପତ୍ତି ବଢ଼ିବ ଏଥିପାଇଁ ପୂଜା କରିବ ବୋଲି କହିଥିଲା। ଏଥିପାଇଁ ପ୍ରଭାକର ଓ ତାଙ୍କ ପତ୍ନୀଙ୍କ ବୟସ ମିଶାଇଲେ ୭୩ ହେଉଥିବାରୁ ସେହି ଓଜନର ସୁନା ରୁପା ଓ ତମ୍ବା ମାଗିଥିଲା। ପୁଅ ଝିଅଙ୍କ ବୟସ ମିଶାଇ ଆଉଥରେ ତମ୍ବା, ରୁପା ଓ ସୁନା ମାଗିଥିଲେ । ସେହି ସୁନା ରୂପା ଓ ତମ୍ବାକୁ ଗୋଟିଏ ଷ୍ଟିଲ ହାଣ୍ଡି ଭିତରେ ରଖି କପଡ଼ାରେ ବାନ୍ଧିଥିଲା। ୨୭ଟି ଗଣ୍ଠି ପକାଇ ଦେଇଥିଲା। ଶନିବାର ଯାଏଁ ନ ଖୋଲିବାକୁ କହି ଯାଇଥିଲା। ତାନ୍ତ୍ରିକକୁ ବସଷ୍ଟାଣ୍ଡରେ ଛାଡି ଆସିଥିଲେ ନିଜେ ପ୍ରଭାକର। ହେଲେ ସେହିଠାରେ ସନ୍ଦେହ ହୋଇଥିଲା। ପତ୍ନୀକୁ ଫୋନ୍ କରି ହାଣ୍ଡିରେ ସୁନା ରୁପା ଅଛି କି ନାହିଁ ଦେଖିବାକୁ କହିଥିଲେ। ପତ୍ନୀ ହାଣ୍ଡି ଭିତରେ ହାତ ପୁରାଇ ଦେଖିବାରୁ ବାହାରିଥିଲା ଏକ ବିଷଧର ଜିଅନ୍ତା ସାପ। ଭାଗ୍ୟଭଲ ସାପ କାମୁଡ଼ିନଥିଲା। ହାଣ୍ଡିରେ ପଡ଼ିଥିଲା କିଛି ଗୋଡ଼ି ୪୫ ଟି କଏନ୍ ଓ ତିନିଟି ଧଳା ଚୁଡ଼ି ।
ଠକ ତାନ୍ତ୍ରିକ ଜଣକ କୌଶଳ କ୍ରମେ ପ୍ରଭାକରଙ୍କ ଘରୁ ସମସ୍ତ ସୁନା, ରୁପା ତମ୍ବା ଲୁଟି ନେଇଛି। ବଦଳରେ ସାପ ଛାଡ଼ି ଚାଲିଯାଇଛି। ଘଟଣା ସମ୍ପର୍କରେ ପ୍ରଭାକର ଉମରକୋଟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଠକ ତାନ୍ତ୍ରି କର ମୋବାଇଲ୍ ସୁଇଚ୍ ଅଫ ରହିଛି ।ଆପଣ ବି ସାବଧାନ ରୁହନ୍ତୁ। ଏଭଳି ଲୋକଙ୍କୁ ହୁସିଆର ରୁହନ୍ତୁ । ଲୋଭର ବଶବର୍ତ୍ତୀ ହୋଇ କୌଣସି ଲୋକକୁ ସୁନା ରୁପା ଟଙ୍କା ଦିଅନ୍ତୁ ନାହିଁ।
Also Read-
ଛାତ୍ରାବାସରୁ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଅର ମୃତ୍ୟୁ ପାଇଁ ପିଅନଙ୍କୁ ଦାୟୀ କଲେ ବାପା