ଘରୋଇ ଅର୍ଥଲଗାଣକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ
ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବଡ଼ମସିଣାବିଲା ରାସ୍ତାର ଟିକିରା ବିଦ୍ୟୁତ ଗ୍ରୀଡ଼ ନିକଟରୁ ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ହୋଇଛି। କର୍ମଚାରୀ ଦିଲ୍ଲୀପ କୁମାର ସାହୁ ରଙ୍ଗାମାଟିଆ ସାହିର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଠାରୁ ଋଣ ଦେୟ ଆଦାୟ କରି ଫେରୁଥିବା ସମୟରେ ବାଇକରେ ଆସିଥିବା ୨ ମୁଖା ପିନ୍ଧା ଲୁଟେରା ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇ ଟଙ୍କା ଲୁଟି ନେଇଛନ୍ତି। ଏନେଇ […]

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବଡ଼ମସିଣାବିଲା ରାସ୍ତାର ଟିକିରା ବିଦ୍ୟୁତ ଗ୍ରୀଡ଼ ନିକଟରୁ ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ହୋଇଛି। କର୍ମଚାରୀ ଦିଲ୍ଲୀପ କୁମାର ସାହୁ ରଙ୍ଗାମାଟିଆ ସାହିର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଠାରୁ ଋଣ ଦେୟ ଆଦାୟ କରି ଫେରୁଥିବା ସମୟରେ ବାଇକରେ ଆସିଥିବା ୨ ମୁଖା ପିନ୍ଧା ଲୁଟେରା ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଘଟଗାଁ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଆଇ ଆଇସି ଶୁଭ୍ରାନ୍ତ କୁମାର ଜେନା ଏହି ଘଟଣାର ତଦନ୍ତ କରୁଛନ୍ତି।