ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ହ୍ରାସ କଲେ ସରକାର, ଜାଣନ୍ତୁ CNG ଓ PNG ଉପରେ କିପରି ପଡିବ ପ୍ରଭାବ

ନୂଆଦିଲ୍ଲୀ ୩୧।୩: କେନ୍ଦ୍ର ସରକାର ରବିବାର ଘରୋଇ ପ୍ରାକୃତିକ ଗ୍ୟାସ୍ (ନ୍ୟାଚୁରାଲ ଗ୍ୟାସ୍) ଦର ହ୍ରାସ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର KG D-6 ବ୍ଲକ୍‌ରୁ ଉତ୍ପାଦିତ ହେଉଥିବା ପ୍ରାକୃତିକ ଗ୍ୟାସର ଦାମ ପ୍ରତି ଏମବିଟିୟୁ( ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ୯.୮୭ ଡଲାରକୁ ଖସି ଆସିବ। ଘରୋଇ ପ୍ରାକୃତିକ ଗ୍ୟାସ୍‌ର ଦର ପ୍ରତିବର୍ଷ ୧ ଏପ୍ରିଲ ଓ ୧ ଅକ୍ଟୋବରକୁ ଧାର୍ଯ୍ୟ ହୋଇଥା। ସେହି ଅନୁସାରେ ପ୍ରାକୃତିକ ଗ୍ୟାସ୍‌ର ନୂଆ ଦର ରବିବାର ଧାର୍ଯ୍ୟ ହୋଇଛି। ଦର ହ୍ରାସ ପାଇଁ ନିଷ୍ପତ୍ତି ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟକୁ ଦୃଷ୍ଟିରେ ରଖି ନିଆଯାଇଛି। ଇଣ୍ଟରନ୍ୟାସନାଲ ଗ୍ୟାସ୍‌ ପ୍ରାଇସ୍‌ ଏବେ ହ୍ରାସ ହୋଇଛି। ତେବେ ସରକାରଙ୍କ ଏହି ମୂଲ୍ୟ ହ୍ରାସ ନିଷ୍ପତ୍ତି ଯୋଗୁ ଦେଶରେ ରୋଷେଇ ଗ୍ୟାସ୍ ଅଥବା ସିଏନଜି, ପିଏନଜି ଦର ଉପରେ କୌଣସି ପ୍ରଭାବ ପଡିବ ନାହିଁ। କେନ୍ଦ୍ର ସରକାର ଏକ ନୋଟିଫିକେସନ ମାଧ୍ୟମରେ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ହ୍ରାସ ନେଇ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅନୁସାରେ ଏପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ୯.୯୬ ଡଲାର ପ୍ରତି ଏମବିଟିୟୁ ଥିଲା। ୧ ଏପ୍ରିଲରୁ ଏଥିରେ ମାମୁଲି ହ୍ରାସ କରାଯାଇଛି ଓ ଆଗାମୀ ୬ ମାସ ନିମନ୍ତେ ନୂଆ ଦର ୯.୮୭ ଡଲାର ପ୍ରତି ଏମବିଟିୟୁ ରହିବ। କଠିନ କ୍ଷେତ୍ରରୁ ଉତ୍ପାଦନ ହେଉଥିବା ପ

ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ହ୍ରାସ କଲେ ସରକାର, ଜାଣନ୍ତୁ CNG ଓ PNG ଉପରେ କିପରି ପଡିବ ପ୍ରଭାବ

ନୂଆଦିଲ୍ଲୀ ୩୧।୩: କେନ୍ଦ୍ର ସରକାର ରବିବାର ଘରୋଇ ପ୍ରାକୃତିକ ଗ୍ୟାସ୍ (ନ୍ୟାଚୁରାଲ ଗ୍ୟାସ୍) ଦର ହ୍ରାସ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର KG D-6 ବ୍ଲକ୍‌ରୁ ଉତ୍ପାଦିତ ହେଉଥିବା ପ୍ରାକୃତିକ ଗ୍ୟାସର ଦାମ ପ୍ରତି ଏମବିଟିୟୁ( ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ୯.୮୭ ଡଲାରକୁ ଖସି ଆସିବ। ଘରୋଇ ପ୍ରାକୃତିକ ଗ୍ୟାସ୍‌ର ଦର ପ୍ରତିବର୍ଷ ୧ ଏପ୍ରିଲ ଓ ୧ ଅକ୍ଟୋବରକୁ ଧାର୍ଯ୍ୟ ହୋଇଥା। ସେହି ଅନୁସାରେ ପ୍ରାକୃତିକ ଗ୍ୟାସ୍‌ର ନୂଆ ଦର ରବିବାର ଧାର୍ଯ୍ୟ ହୋଇଛି। 

ଦର ହ୍ରାସ ପାଇଁ ନିଷ୍ପତ୍ତି ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟକୁ ଦୃଷ୍ଟିରେ ରଖି ନିଆଯାଇଛି। ଇଣ୍ଟରନ୍ୟାସନାଲ ଗ୍ୟାସ୍‌ ପ୍ରାଇସ୍‌ ଏବେ ହ୍ରାସ ହୋଇଛି। ତେବେ ସରକାରଙ୍କ ଏହି ମୂଲ୍ୟ ହ୍ରାସ ନିଷ୍ପତ୍ତି ଯୋଗୁ ଦେଶରେ ରୋଷେଇ ଗ୍ୟାସ୍ ଅଥବା ସିଏନଜି, ପିଏନଜି ଦର ଉପରେ କୌଣସି ପ୍ରଭାବ ପଡିବ ନାହିଁ। କେନ୍ଦ୍ର ସରକାର ଏକ ନୋଟିଫିକେସନ ମାଧ୍ୟମରେ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ହ୍ରାସ ନେଇ ସୂଚନା ଦେଇଛନ୍ତି। 

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅନୁସାରେ ଏପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ୯.୯୬ ଡଲାର ପ୍ରତି ଏମବିଟିୟୁ ଥିଲା। ୧ ଏପ୍ରିଲରୁ ଏଥିରେ ମାମୁଲି ହ୍ରାସ କରାଯାଇଛି ଓ ଆଗାମୀ ୬ ମାସ ନିମନ୍ତେ ନୂଆ ଦର ୯.୮୭ ଡଲାର ପ୍ରତି ଏମବିଟିୟୁ ରହିବ। କଠିନ କ୍ଷେତ୍ରରୁ ଉତ୍ପାଦନ ହେଉଥିବା ପ୍ରାକୃତିକ ଗ୍ୟାସ୍ ଦରରେ ଏହାକୁ ମିସାଇ ଲଗାତାର ତୃତୀୟବାର ହ୍ରାସ କରାଗଲାଣି। ଏହା ପୂର୍ବରୁ ୧ ଅକ୍ଟୋବର ୨୦୨୩ରେ ସରକାର ଘରୋଇ ପ୍ରାକୃତିକ ଗ୍ୟାସ୍ ଦରରେ ୧୮ ପ୍ରତିଶତର ସବୁଠୁ ବଡ଼ ହ୍ରାସ କରିଥିଲେ। ସରକାର ପ୍ରାକୃତିକ ଗ୍ୟାସ ଦର ୧୨.୧୨ ଡଲାରରୁ ହ୍ରାସ କରି ୯.୯୬ ଡଲାର କରିଦେଇଥିଲେ।