ଘରୋଇ ହସ୍ପିଟାଲରେ ଉତ୍ତେଜନା: ହାତାହାତି ହେଲେ ସାମ୍ବାଦିକ-ସୁରକ୍ଷାକର୍ମୀ

ଭୁବନେଶର,୧୪।୧୦: ଘରୋଇ ହସ୍ପିଟାଲରେ ଉତ୍ତେଜନା। ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ। ଜଣେ ଅଟୋଚାଳକ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବାବଦରେ ବିଏସକେୱାଇରେ ଥିବା ସମସ୍ତ ଅର୍ଥ ଶେଷ ହେବା ପରେ ତାଙ୍କୁ ସେଠାରୁ ଅନ୍ୟ ହସ୍ପିଟାଲକୁ ପଠାଇବାକୁ ମେଡିକାଲ ପକ୍ଷରୁ କୁହାଯାଇଥିଲା। ତେବେ ଏହି ସଂକ୍ରାନ୍ତରେ ଆଜି […] The post ଘରୋଇ ହସ୍ପିଟାଲରେ ଉତ୍ତେଜନା: ହାତାହାତି ହେଲେ ସାମ୍ବାଦିକ-ସୁରକ୍ଷାକର୍ମୀ appeared first on Dharitri Odia News.

ଘରୋଇ ହସ୍ପିଟାଲରେ ଉତ୍ତେଜନା: ହାତାହାତି ହେଲେ ସାମ୍ବାଦିକ-ସୁରକ୍ଷାକର୍ମୀ

ଭୁବନେଶର,୧୪।୧୦: ଘରୋଇ ହସ୍ପିଟାଲରେ ଉତ୍ତେଜନା। ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ।

ଜଣେ ଅଟୋଚାଳକ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବାବଦରେ ବିଏସକେୱାଇରେ ଥିବା ସମସ୍ତ ଅର୍ଥ ଶେଷ ହେବା ପରେ ତାଙ୍କୁ ସେଠାରୁ ଅନ୍ୟ ହସ୍ପିଟାଲକୁ ପଠାଇବାକୁ ମେଡିକାଲ ପକ୍ଷରୁ କୁହାଯାଇଥିଲା।
ତେବେ ଏହି ସଂକ୍ରାନ୍ତରେ ଆଜି ଖବର ସଂଗ୍ରହ କରିବାକୁ ଯାଇଥିବା ପୋର୍ଟାଲ ସାମ୍ବାଦିକଙ୍କୁ ସୁରକ୍ଷା କର୍ମୀ ଅଟକାଇଥିଲେ। ସେତେବେଳେ ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଥିଲେ । ଏହି ଘଟଣାକୁ ନେଇ ମେଡିକାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଘରୋଇ ହସ୍ପିଟାଲରେ ଉତ୍ତେଜନା: ହାତାହାତି ହେଲେ ସାମ୍ବାଦିକ-ସୁରକ୍ଷାକର୍ମୀ appeared first on Dharitri Odia News.