ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗାଡି
ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ୨ଶହ ଫୁଟ ତଳକୁ ଖସିପଡିଥିଲା। ଫଳରେ ଗାଡିରେ ଥିବା ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି। ଟାଟା ପାୱାରର ୫ ଜଣ କର୍ମଚାରୀ କଟାମା ଅଞ୍ଚଳରେ ପାଟ୍ରୋଲିଂ ସାରି ଗୁରୁବାର ବିଳମ୍ବିତ ରାତିରେ ଫେରୁଥିବା ବେଳେ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। […] The post ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗାଡି appeared first on Dharitri Odia News.
ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ୨ଶହ ଫୁଟ ତଳକୁ ଖସିପଡିଥିଲା। ଫଳରେ ଗାଡିରେ ଥିବା ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି।
ଟାଟା ପାୱାରର ୫ ଜଣ କର୍ମଚାରୀ କଟାମା ଅଞ୍ଚଳରେ ପାଟ୍ରୋଲିଂ ସାରି ଗୁରୁବାର ବିଳମ୍ବିତ ରାତିରେ ଫେରୁଥିବା ବେଳେ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗାଡିଟି ଭାରସାମ୍ୟ ହରାଇ ଘାଟି ରାସ୍ତାରୁ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଡ଼ବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
The post ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗାଡି appeared first on Dharitri Odia News.