ଘାଟିରେ ଓଲଟିଲା ବୋଲେରୋ : ଦୁଇ ମୃତ, ୨୮ ଆହତ

ଲମତାପୁଟ ୦୪।୦୪ : ଘାଟିରେ ଓଲଟିଲା ବୋଲେରୋ । ଯାହାଦ୍ୱାରା କି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ଓଡିଶାରୁ ୩୦ ଜଣ ଦାଦନ ଶ୍ରମିକ ବିଜୟଓ୍ୱାଡାକୁ ଏକ ବୋଲେରୋରେ ଯାଉଥିଲେ । ଏହି ସମୟରେ କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସିପଡିଥିଲା । ଯାହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଆଉ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ବି ଦେଇଥିଲେ । ତେବେ ଲୋକଙ୍କୁ ଉଦ୍ଧାର ବେଳେ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଥିଲା । ଏହାପରେ ବାକି ୨୯ ଜଣଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ମୋଟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ମେଡିକାଲରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।  ତେବେ ସମସ୍ତ ଶ୍ରମିକ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ପାଡାଙ୍ଗୀ ଗାଁର ବୋଲି ଜଣାପଡିଛି । 

ଘାଟିରେ ଓଲଟିଲା ବୋଲେରୋ : ଦୁଇ ମୃତ, ୨୮ ଆହତ

ଲମତାପୁଟ ୦୪।୦୪ : ଘାଟିରେ ଓଲଟିଲା ବୋଲେରୋ । ଯାହାଦ୍ୱାରା କି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

ଖବର ଅନୁଯାୟୀ, ଓଡିଶାରୁ ୩୦ ଜଣ ଦାଦନ ଶ୍ରମିକ ବିଜୟଓ୍ୱାଡାକୁ ଏକ ବୋଲେରୋରେ ଯାଉଥିଲେ । ଏହି ସମୟରେ କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସିପଡିଥିଲା । ଯାହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଆଉ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ବି ଦେଇଥିଲେ । ତେବେ ଲୋକଙ୍କୁ ଉଦ୍ଧାର ବେଳେ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଥିଲା । ଏହାପରେ ବାକି ୨୯ ଜଣଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ମୋଟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ମେଡିକାଲରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।  ତେବେ ସମସ୍ତ ଶ୍ରମିକ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ପାଡାଙ୍ଗୀ ଗାଁର ବୋଲି ଜଣାପଡିଛି ।