ଘାଟିରେ ଖସିପଡ଼ିଲା ବସ୍: ୪ ଯବାନ ମୃତ, ୨୮ଗୁରୁତର
କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍ଏଫ୍ ଯବାନଙ୍କୁ ଧରି ଯାଉଥିବା ଏକ ବସ୍ ଦୁର୍ଘଟଣା ହୋଇ ଘାଟି ତଳକୁ ଖସି ପଡିଛି। ଦୁର୍ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନା ଯୋଗ୍ୟ, ଜମ୍ମୁ-କଶ୍ମୀର ବିଧାନସଭା […] The post ଘାଟିରେ ଖସିପଡ଼ିଲା ବସ୍: ୪ ଯବାନ ମୃତ, ୨୮ଗୁରୁତର appeared first on Dharitri Odia News.
କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍ଏଫ୍ ଯବାନଙ୍କୁ ଧରି ଯାଉଥିବା ଏକ ବସ୍ ଦୁର୍ଘଟଣା ହୋଇ ଘାଟି ତଳକୁ ଖସି ପଡିଛି। ଦୁର୍ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଯବାନ ଆହତ ହୋଇଥିବା ଜଣାପଡିଛି।
ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନା ଯୋଗ୍ୟ, ଜମ୍ମୁ-କଶ୍ମୀର ବିଧାନସଭା ନିବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକ ବସ୍ ଯୋଗେ ୩୬ଜଣ ଯବାନ ବୁଦ୍ଧଗାମ ଅଞ୍ଚଳକୁ ଯାଉଥିଲେ। ହେଲେ ବୁଦ୍ଧଗାମ ଜିଲା ୱାଟରହାଲର ବ୍ରେଲ୍ ନିକଟରେ କୌଣସି କାରଣରୁ ବସ୍ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା। ଫଳରେ ୪ଜଣଙ୍କ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଯବାନ ଆହତ ହୋଇଥିବା ସୂଚନା ମଳିଛି।
The post ଘାଟିରେ ଖସିପଡ଼ିଲା ବସ୍: ୪ ଯବାନ ମୃତ, ୨୮ଗୁରୁତର appeared first on Dharitri Odia News.