ଘାଟିରେ ପିଟିହେଲା ବସ୍‌, ୨୦ ଆହତ

ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବଡ଼ ପଥରରେ ବସ୍‌ଟି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ବସ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ଜଣାଯାଇଛି। The post ଘାଟିରେ ପିଟିହେଲା ବସ୍‌, ୨୦ ଆହତ appeared first on Dharitri Odia News.

ଘାଟିରେ ପିଟିହେଲା ବସ୍‌, ୨୦ ଆହତ

ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଏକ ବଡ଼ ପଥରରେ ବସ୍‌ଟି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ବସ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ଜଣାଯାଇଛି।

The post ଘାଟିରେ ପିଟିହେଲା ବସ୍‌, ୨୦ ଆହତ appeared first on Dharitri Odia News.