ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର
ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା ୬୦ ବର୍ଷରୁ ଉଦ୍ଧର୍ବ ବୃଦ୍ଧାବୃଦ୍ଧଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରିବା, ବିଧବା ମହିଳାଙ୍କୁ ଭତ୍ତା ସହ ମଙ୍ଗଳ ଯୋଜନାରେ ସାମିଲ କରି ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ବେକାର ଯୁବତୀ ଯୁବକଙ୍କୁ ସ୍ବାବଲମ୍ବୀ ସହ ସରକାରୀ ଜମିରେ […] The post ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର appeared first on Dharitri Odia News.
ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା ୬୦ ବର୍ଷରୁ ଉଦ୍ଧର୍ବ ବୃଦ୍ଧାବୃଦ୍ଧଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରିବା, ବିଧବା ମହିଳାଙ୍କୁ ଭତ୍ତା ସହ ମଙ୍ଗଳ ଯୋଜନାରେ ସାମିଲ କରି ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ବେକାର ଯୁବତୀ ଯୁବକଙ୍କୁ ସ୍ବାବଲମ୍ବୀ ସହ ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଥଇଥାନ କରିବା ଛାତ୍ରଛାତ୍ରୀଙ୍କୁ ବାସିନ୍ଦା ଏବଂ ଜାତିଗତ ପ୍ରମାଣପତ୍ର ପ୍ରଦାନ ପାଇଁ ଦାବି କରାଯାଇଛି। ଭଞ୍ଜନଗର ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଭଞ୍ଜନଗର ସହର ପରିକ୍ରମା କରିଥିଲେ।
(((ଫୋଟ ୨୭b))) ସହରରେ ଶୋଭାଯାତ୍ରା କରାଯାଉଛି ।
The post ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର appeared first on Dharitri Odia News.