ଘୁଷୁରି ପଲଙ୍କ ସହ ଶୈଶବ
ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି ଦେଇଥିଲେ। ସେଦିନଠାର ରାହୁଲ ସେହି ବ୍ୟକ୍ତିଙ୍କ ପାଖରେ ଦିନ କାଟୁଛନ୍ତି। ଅର୍ଥାତ୍ ସମ୍ପୃକ୍ତ ବ୍ୟକ୍ତି ଜଣେ ଘୁଷୁରି ପାଳନକାରୀ। ତାଙ୍କ ଘୁଷୁରିକୁ ଚରାଇ ନେବା ଦାୟିତ୍ୱ ରାହୁଲ ବୁଝୁଛନ୍ତି। ଯେଉଁ ବୟସରେ ପିଲାମାନେ ନିଜ ମା’ଙ୍କ […] The post ଘୁଷୁରି ପଲଙ୍କ ସହ ଶୈଶବ appeared first on Dharitri Odia News.
ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି ଦେଇଥିଲେ। ସେଦିନଠାର ରାହୁଲ ସେହି ବ୍ୟକ୍ତିଙ୍କ ପାଖରେ ଦିନ କାଟୁଛନ୍ତି। ଅର୍ଥାତ୍ ସମ୍ପୃକ୍ତ ବ୍ୟକ୍ତି ଜଣେ ଘୁଷୁରି ପାଳନକାରୀ। ତାଙ୍କ ଘୁଷୁରିକୁ ଚରାଇ ନେବା ଦାୟିତ୍ୱ ରାହୁଲ ବୁଝୁଛନ୍ତି। ଯେଉଁ ବୟସରେ ପିଲାମାନେ ନିଜ ମା’ଙ୍କ ପଣତ ତଳେ ନିରାପଦରେ ରହି ସୁନେଲି ସ୍ବପ୍ନ ଦେଖିବା କଥା ସେହି ବୟସରେ ରାହୁଲଙ୍କ ଦିନ ବିତୁଛି ଗହୀରପାଟ ଘୁଷୁରି ପଲଙ୍କ ସହ। ଖରାତାତିକୁ ଖାତିର ନ କରି ରାହୁଲ ହାତରେ ପାଞ୍ଚଣ ଧରି ଘୁଷୁରି ଚରାଇବାରେ ଲାଗିଛନ୍ତି। ଏମିତି ଘୁଷୁରି ଚରାଉଥିବା ବେଳେ କେବେ କେବେ କାଳବୈଶାଖୀ ଆସେ। ବିଜୁଳି ଘଡ଼ଘଡ଼ି ମାରେ। ନିଛାଟିଆ ପଡ଼ିଆରେ ଥିବା ଗଛ ତଳେ ତାଙ୍କୁ ଆଶ୍ରୟ ନେବାକୁ ପଡ଼େ। ଏହି ସମୟରେ ତାଙ୍କର ମା’ କଥା ବହୁତ ମନେପଡ଼େ। ମନେ ମନେ ରାହୁଲ କୁହେ, ମା’ମୁଁ ତୋର କି ଦୋଷ କରିଥିଲି ମୋତେ ଏ ଦଣ୍ଡ ମିଳୁଛି।
ସୂଚନା ଅନୁଯାୟୀ,ବାଲେଶ୍ୱରର ଜଣେ ଘୁଷୁରି ପାଳନକାରୀ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରହି ଘୁଷୁରି ଚାଷ କରୁଛନ୍ତି। ରାହୁଲଙ୍କ ମା’ ତାଙ୍କୁ କୁଆଡ଼େ ନିଜ ଦୁଃଖ ଜଣାଇଥିଲେ। ସେ ରାହୁଲଙ୍କ ମା’ଙ୍କୁ ୫୦ହଜାର ଟଙ୍କା ଦେଇ ପୁଅଙ୍କୁ ମହାକାଳପଡ଼ା ନେଇ ଆସିଥିଲେ।
ତାଙ୍କ ଆଶ୍ରାରେ ରାହୁଲ ଏବେ ଦିନ କାଟୁଛନ୍ତି। ରାହୁଲଙ୍କ ପରିବାର କହିଲେ ମା’ ରାଇମନି ସିଂ, ବାପା ବାବୁ ସିଂ ଓ ଅନ୍ୟ ୨ ଭାଇଭଉଣୀ ଅଛନ୍ତି ବୋଲି ସେ କହିଛନ୍ତି। ସବୁ ପିଲାଙ୍କ ପରି ରାହୁଲଙ୍କ ପାଠ ପଢ଼ିବାର ଆଗ୍ରହ ଅଛି। କିନ୍ତୁ ଘରର ପରିସ୍ଥିତି ମୋତେ ସଜେଇ ଦେଇଛି ଘୁଷୁରି ଚରାଳି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି, ଜିଲା ପ୍ରଶାସନ ରାହୁଲଙ୍କୁ ଉଦ୍ଧାର କରିବା ସହ ଆଦିବାସୀ ଆବାସିକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବା ଉଚିତ। ବାଲେଶ୍ୱର ଜିଲାପାଳ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ଦାସ ନିବେଦନ କରିଛନ୍ତି।
The post ଘୁଷୁରି ପଲଙ୍କ ସହ ଶୈଶବ appeared first on Dharitri Odia News.