ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି

ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେତକ ସ୍ଥାନରେ ଗୋଟିଏ ପଟେ ଚାରାରୋପଣ ହେଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଧ୍ୱଂସ କରାଯାଉଛି। ଦିନଥିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଘୋଗଡ଼ ସଂରକ୍ଷିତ ଶାଗୁଆନ ଜଙ୍ଗଲ […] The post ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି appeared first on Dharitri Odia News.

ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି

ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେତକ ସ୍ଥାନରେ ଗୋଟିଏ ପଟେ ଚାରାରୋପଣ ହେଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଧ୍ୱଂସ କରାଯାଉଛି। ଦିନଥିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଘୋଗଡ଼ ସଂରକ୍ଷିତ ଶାଗୁଆନ ଜଙ୍ଗଲ ସମଗ୍ର ଦେଶରେ ପରିଚିତ ଥିଲା। ଉତ୍ତର ଘୁମୁସର ବନଖଣ୍ଡର ଭଲ ଜଙ୍ଗଲ ଏବଂ ଭିଏସ୍‌ଏସ୍‌ କର୍ମକର୍ତାଙ୍କ ଜଙ୍ଗଲ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୫ରେ ସର୍ବଭାରତୀୟସ୍ତରରେ ଇନ୍ଦିରା ପ୍ରିୟଦର୍ଶନୀ ବୃକ୍ଷମିତ୍ର ପ୍ରଥମ ପୁରସ୍କାର ମିଳିଥିଲା। ତତ୍କାଳୀନ ଡିଏଫଓ ତଥା ବର୍ତ୍ତମାନର ପିସିସିଏଫ୍‌ ସୁଶାନ୍ତ ନନ୍ଦଙ୍କ ବ୍ୟକ୍ତିଗତ ପ୍ରଚେଷ୍ଠାରେ ବନଖଣ୍ଡକୁ ଏହି ସଫଳତା ମିଳିଥିଲା। କିନ୍ତୁ ଆଜି ଉକ୍ତ ସଂରକ୍ଷିତ ଜଙ୍ଗଲ ତାହାର ପରିଚୟ ହଜାଇବାକୁ ବସିଛି। ଅଧିକାଂଶ ସ୍ଥାନରେ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ବନ କର୍ମଚାରୀ । ଏଥିସହ କେନ୍ଦ୍ରୀୟ ବନାଞ୍ଚଳର ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ମଧ୍ୟ ଧିରେ ଧିରେ ପଦା ହେଉଛି । ଶାଗୁଆନ କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବା ଯୋଗୁ କାଠ ମାଫିଆମାନେ ଉକ୍ତ ଦୁଇ ଜଙ୍ଗଲ ଉପରେ ନଜର ପକାଇ କାଠ ଚୋରାଇ ନେବାରେ ସକ୍ଷମ ହେଉଛନ୍ତି, ଯାହାକି ଚିନ୍ତାଜନକ ବିଷୟ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ଉକ୍ତ ଦୁଇ ଶାଗୁଆନ ଜଙ୍ଗଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଖୋଲାଥିବା ସ୍ଥାନରେ ନୂତନ ଶାଗୁଆନ ଜଙ୍ଗଲ ସୃଷ୍ଟି କରାଯାଉ। ଏହିଭଳି ପରିସ୍ଥିତିରେ ବୁଧବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ଗାଲେରୀ, ତାରସିଂ, କେନ୍ଦ୍ରୀୟ, ଜଗନ୍ନାଥପ୍ରସାଦ ରେଞ୍ଜରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିସହ କେତେକ ଉସତ୍ବ ସ୍ଥଳଗୁଡ଼ିକରେ ଚାରାରୋପଣ ଉସତ୍ବ ହୋଇଥିଲା । କିନ୍ତୁ ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ କେବଳ ଫଟୋ ଉଠାଇ କାମ ଚଳାଇବା ଲକ୍ଷ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିବା ଅନୁମାନ କରାଯାଇଥିଲା । ତେଣୁ ତାରସିଂ ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଅରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଏଥିରେ ସେ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ୧୦ରୁ ୧୨ଜଣ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ। ଫଟୋ ଉଠା ହେଲା। ରେଞ୍ଜର, ଡ଼େପୁଟି ରେଞ୍ଜର ଭାଷଣ ଦେଲେ। ଏହାପରେ କାର୍ଯ୍ୟାଳୟ ସମ୍ମୁଖରେ ଚାରା ଗୋଟିଏ ଲଗାଇ କର୍ମଚାରୀମାନେ କାମସାରି ଦେଇଥିଲେ। ଉକ୍ତ ରେଞ୍ଜରେ ଜାଇକା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ଆର୍ଥତ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି। ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ସଚେତନତା ଏବଂ ଉସତ୍ାହିତ କରିବା ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। କିନ୍ତୁ ତାରସିଂ ରେଞ୍ଜ ପକ୍ଷରୁ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) କର୍ମକର୍ତ୍ତାମାନଙ୍କୁ ଆଜିର ବୈଠକକୁ ଡ଼କା ଯାଇନଥିଲା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ପାଇଁ ଆଜି କେବଳ ହାତ ଗଣତି କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଥିଲା। ସେହିଭଳି ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ଉତ୍ତର ଘୁମୁସର ବନଖଣ୍ଡସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉସତ୍ବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ଆବଶ୍ୟକତା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ଆର.ଏନ. ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ବନ ସୁରକ୍ଷା ସମିତି କର୍ମକର୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଗାଲେରୀ ରେଞ୍ଜ ପକ୍ଷରୁ କରଡ଼ାବଣି ନର୍ସରୀ ପରିସରରେ ଏହି ଉସତ୍ବ ପାଳିତ ହୋଇଥିଲା। ରେଞ୍ଜର ଆଶାଲତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନପାଳ ଶୁଭସ୍ମିତା ପାତ୍ର, ବବୁଲ ସେଠୀ, ଭିଏସ୍‌ଏସ୍‌ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

The post ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି appeared first on Dharitri Odia News.