ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ
ଚାନ୍ଦବାଲି, ୯।୧୦ (କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳେଶରପୁର ପଞ୍ଚାୟତ ସରପଞ୍ଚ ରାଶନ କାର୍ଡ ହାତେଇଥିବା ନେଇ ଭାଜପା ପକ୍ଷରୁ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାଶନ କାର୍ଡ ନମ୍ବର-୦୪୦୫୧୫୧୦୬୮୮ରେ ପରିବାର ମୁଖ୍ୟ ଭାବେ ସରପଞ୍ଚଙ୍କ ସ୍ତ୍ରୀଙ୍କ ନାମରେ ରହିଥିବା ବେଳେ କାର୍ଡ ନମ୍ବର ୦୪୦୫୧୫୧୧୦୩୮ରେ ସରପଞ୍ଚଙ୍କ ଭାଇଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ଥିବାବେଳେ ଜଣେ ସରପଞ୍ଚ […] The post ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ appeared first on Dharitri Odia News.
ଚାନ୍ଦବାଲି, ୯।୧୦ (କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳେଶରପୁର ପଞ୍ଚାୟତ ସରପଞ୍ଚ ରାଶନ କାର୍ଡ ହାତେଇଥିବା ନେଇ ଭାଜପା ପକ୍ଷରୁ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାଶନ କାର୍ଡ ନମ୍ବର-୦୪୦୫୧୫୧୦୬୮୮ରେ ପରିବାର ମୁଖ୍ୟ ଭାବେ ସରପଞ୍ଚଙ୍କ ସ୍ତ୍ରୀଙ୍କ ନାମରେ ରହିଥିବା ବେଳେ କାର୍ଡ ନମ୍ବର ୦୪୦୫୧୫୧୧୦୩୮ରେ ସରପଞ୍ଚଙ୍କ ଭାଇଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ଥିବାବେଳେ ଜଣେ ସରପଞ୍ଚ ଓ ତାଙ୍କ ପରିବାର ଲୋକ କାର୍ଡ ହାତେଇବା ବେଆଇନ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ନେତା ରମାକାନ୍ତ ଭଳ ବିଡିଓଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ସରପଞ୍ଚଙ୍କ ଭାଇଙ୍କ ସ୍ତ୍ରୀ ରାଶନ ବଣ୍ଟନ ଦାୟିତ୍ୱରେ ଥିବା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଥିବାବେଳେ ତାଙ୍କର ଦୁଇ ମହଲା କୋଠା ସହ ଚାରିଚକିଆ ଯାନ ରହିଛି। ଏସବୁ ପରେ ଜଣେ ଅଯୋଗ୍ୟ ରାଶନ କାର୍ଡ ହାତେଇଥିବା ଭାଜପା ନେତା ଚନ୍ଦନ ରାଉତ, ରମାକାନ୍ତ ଓ ଶଙ୍କର ସେନାପତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଅସିତ୍ କୁମାର ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ appeared first on Dharitri Odia News.