ଚଢ଼ାଉ କରିବାକୁ ଯାଇଥିଲେ ଖଣି ଅଧିକାରୀ, ମାରିକି ଗାତରେ ପକାଇଦେଲେ ଖଣି ମାଫିଆ
ଖୋର୍ଦ୍ଧା,୧୬।୧(ପ୍ରଭାତ ପାଣିଗ୍ରାହୀ): ଚଢ଼ାଉ ବେଳେ ଖଣି ଅଧିକାରୀ ଜଗନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖଣି ମାଫିଆଙ୍କ ଆକ୍ରମଣରେ ଜଗନ ଲହୁଲୁହାଣ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ନିକଟ ଗୁଡୁମ ଜକରା ଖଣିରେ ବେଆଇନ ପଥର କଟାଯାଉଥିବା ଖବରପାଇ ଜଗନ ଚଢାଉ କରିଥିଲେ। ଏହି ସମୟରେ ତାଙ୍କୁ ୭ ରୁ ୮ ଜଣ ଦୁବୃର୍ତ୍ତ ଓ ମାଫିଆ ମାଡମାରି ପଥର ଖଣିରେ ପକାଇ ଦେଇଥିଲେ। ଖବରପାଇ ପୋଲିସ […] The post ଚଢ଼ାଉ କରିବାକୁ ଯାଇଥିଲେ ଖଣି ଅଧିକାରୀ, ମାରିକି ଗାତରେ ପକାଇଦେଲେ ଖଣି ମାଫିଆ appeared first on Dharitri Odia News.
ଖୋର୍ଦ୍ଧା,୧୬।୧(ପ୍ରଭାତ ପାଣିଗ୍ରାହୀ): ଚଢ଼ାଉ ବେଳେ ଖଣି ଅଧିକାରୀ ଜଗନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖଣି ମାଫିଆଙ୍କ ଆକ୍ରମଣରେ ଜଗନ ଲହୁଲୁହାଣ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ନିକଟ ଗୁଡୁମ ଜକରା ଖଣିରେ ବେଆଇନ ପଥର କଟାଯାଉଥିବା ଖବରପାଇ ଜଗନ ଚଢାଉ କରିଥିଲେ। ଏହି ସମୟରେ ତାଙ୍କୁ ୭ ରୁ ୮ ଜଣ ଦୁବୃର୍ତ୍ତ ଓ ମାଫିଆ ମାଡମାରି ପଥର ଖଣିରେ ପକାଇ ଦେଇଥିଲେ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଜଗନ ଲିଖିତ ଅଭିଯୋଗ ଉପରେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
The post ଚଢ଼ାଉ କରିବାକୁ ଯାଇଥିଲେ ଖଣି ଅଧିକାରୀ, ମାରିକି ଗାତରେ ପକାଇଦେଲେ ଖଣି ମାଫିଆ appeared first on Dharitri Odia News.