ଚଢିଗଲା ଅଜଣା ଟ୍ରକ, ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ

ବଣାଇ: ଫୁଟବଲ ଖେଳି ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। କିନ୍ତୁ ସମସ୍ତେ ଯୁବକ ତୋଡ଼ା ବସ୍ତିର ବୋଲି ଜଣାପଡ଼ିଛି। ସୂଚନା‌ ଅନୁସାରେ ୩ ଜଣ ଫୁଟବଲ ଖେଳାଳି ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ସେହି ସମୟରେ ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ  ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ଘଟିଛି।ମୃତଦେହଗୁଡ଼ିକ ରାସ୍ତାରେ ପଡ଼ିଥିଲା। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ସେଠାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବୁଝାସୁଝା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।

ଚଢିଗଲା ଅଜଣା ଟ୍ରକ, ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ

ବଣାଇ: ଫୁଟବଲ ଖେଳି ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। କିନ୍ତୁ ସମସ୍ତେ ଯୁବକ ତୋଡ଼ା ବସ୍ତିର ବୋଲି ଜଣାପଡ଼ିଛି। 

ସୂଚନା‌ ଅନୁସାରେ ୩ ଜଣ ଫୁଟବଲ ଖେଳାଳି ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ସେହି ସମୟରେ ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ  ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ଘଟିଛି।ମୃତଦେହଗୁଡ଼ିକ ରାସ୍ତାରେ ପଡ଼ିଥିଲା। 

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ସେଠାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବୁଝାସୁଝା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।