ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ମା-ପୁଅ ମୃତ
ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା ପୁଅଙ୍କ ମୃତ୍ୟୁ। ଜାତୀୟ ରାଜପଥ ୧୬ ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାଇକକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକରେ ଥିବା ମା-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଡଙ୍ଗା ଅଞ୍ଚଳର ସନ୍ଧ୍ୟାରାଣୀ ନାୟକ ଓ ଦିବ୍ୟ କେଶରୀ ନାୟକ। ସୂଚନା ଅନୁଯାୟୀ, ଭଡ଼ଙ୍ଗା ଅଞ୍ଚଳର ସନ୍ଧ୍ୟାରାଣୀ ଓ ତାଙ୍କ ପୁଅ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ବାଇକରେ ଛତିଆ ଅଭିମୁଖେ ଯାଉଥିବା। ଏହି ସମୟରେ ବଡ଼ଚଣା ଥାନା ଅଧୀନ ବନ୍ଦାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥଲା ଯାହା ଫଳରେ ଘଟଣାସ୍ଥଳରେ ହିଁ ମା ପୁଅଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହକୁ ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ଦୁଖଃଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା ପୁଅଙ୍କ ମୃତ୍ୟୁ। ଜାତୀୟ ରାଜପଥ ୧୬ ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାଇକକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକରେ ଥିବା ମା-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଡଙ୍ଗା ଅଞ୍ଚଳର ସନ୍ଧ୍ୟାରାଣୀ ନାୟକ ଓ ଦିବ୍ୟ କେଶରୀ ନାୟକ।
ସୂଚନା ଅନୁଯାୟୀ, ଭଡ଼ଙ୍ଗା ଅଞ୍ଚଳର ସନ୍ଧ୍ୟାରାଣୀ ଓ ତାଙ୍କ ପୁଅ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ବାଇକରେ ଛତିଆ ଅଭିମୁଖେ ଯାଉଥିବା। ଏହି ସମୟରେ ବଡ଼ଚଣା ଥାନା ଅଧୀନ ବନ୍ଦାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥଲା ଯାହା ଫଳରେ ଘଟଣାସ୍ଥଳରେ ହିଁ ମା ପୁଅଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହକୁ ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ଦୁଖଃଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।