ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ ମନା

ଭୁବନେଶ୍ବର,୩୦।୫: ଆସନ୍ତା ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନସ୍ଥ ୪୨ ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର୍‌ ମତଦାନ କରିବେ । ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଥିବା […] The post ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ ମନା appeared first on Dharitri Odia News.

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ  ମନା

ଭୁବନେଶ୍ବର,୩୦।୫: ଆସନ୍ତା ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନସ୍ଥ ୪୨ ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର୍‌ ମତଦାନ କରିବେ । ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସେହିଭଳି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକ ସଭା ପ୍ରାର୍ଥୀ ରହିଛନ୍ତି। ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର୍‌ ମତଦାନ କରିବେ। ୧୪ ବୁଥ୍‌ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ପିଡବ୍ଲୁଡି ପକ୍ଷରୁ ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍‌କୁ ମୋବାଇଲ ଫୋନ ନେବାକୁ ମନା କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ତେବେ ଏଜେଣ୍ଟ ଓ ଭୋଟର୍‌ ବୁଥ୍‌କୁ ମୋବାଇଲ ନେଇ ପାରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

The post ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ ମନା appeared first on Dharitri Odia News.