ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ

ସାକ୍ଷୀଗୋପାଳ,୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ବକୁଳ ବନରୁ ରଥଯାତ୍ରାରେ ବାହାରି ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଦେବ ଚନ୍ଦନ ମଣ୍ଡପକୁ ବିଜେ କରିଛନ୍ତି। ରବିବାର ସକାଳେ ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ ବାଦ୍ୟ ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ […] The post ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ appeared first on Dharitri Odia News.

ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ

ସାକ୍ଷୀଗୋପାଳ,୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ବକୁଳ ବନରୁ ରଥଯାତ୍ରାରେ ବାହାରି ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଦେବ ଚନ୍ଦନ ମଣ୍ଡପକୁ ବିଜେ କରିଛନ୍ତି। ରବିବାର ସକାଳେ ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ ବାଦ୍ୟ ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ଟାହିଆ ଲାଗି ଓ ମଙ୍ଗଳାର୍ପଣ କରାଯାଇ ଶ୍ରଦ୍ଧାଳୁ ଓ ଛୋଟଛୋଟ ପିଲାମାନେ ମନ୍ଦିର ନିକଟରୁ ରଥଟାଣି ଚନ୍ଦନ ମଣ୍ଡପରେ ପହଞ୍ଚି ଥିଲେ। ଏଠାରେ ଠାକୁର ନବ ଦିନ ଅବସ୍ଥାନ କରିବେ। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବାସୀ ତ୍ରିପାଠୀ ଚଳିତ ବର୍ଷ ସୁନ୍ଦର ଭାବରେ ରଥ ନିର୍ମାଣ କରାଇବା ସହ ଫୁଲମାଳ ସଜ୍ଜାଇଥିଲେ। ସେବାୟତ ସୋମନାଥ ମହାପାତ୍ର, ଧଡୁ ମହାପାତ୍ର, କେଶବ ମହାପାତ୍ର, ଲୋକନାଥ ମହାପାତ୍ର ଓ ଅନ୍ୟମାନେ ଠାକୁରଙ୍କ ଦେବନୀତି ସମ୍ପାଦନା କରିଥିଲେ। ରଥଟଣା ସମୟରେ ମନ୍ଦିର କର୍ମଚାରୀଙ୍କ ସହିତ କାହାଳିଆ, ବିଶକର୍ମା, ମଣ୍ଡଣି ସୁଆଁସିଆ, ସଂକୀର୍ତ୍ତନ ମଣ୍ଡଳୀ, ଭୋଇ ସେବାୟତମାନେ ରଥଚଳା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ସତ୍ୟବାଦୀ ପୋଲିସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ରହିଥିଲେ। ଏହି ଅବସରରେ ଠାକୁରଙ୍କ ପ୍ରିୟ ପାଚିଲା ପଣସ ଭୋଗଲାଗି କରାଯିବା ସହିତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବୁଟୁ ଦାଶ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରିଥିଲେ।

The post ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ appeared first on Dharitri Odia News.