ଚନ୍ଦ୍ରଶେଖରପୁର ଡବଲ ମର୍ଡର ଘଟଣା, ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ୍‌ ଦଣ୍ଡ

ଭୁବନେଶ୍ୱର ୨୮।୦୪ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣା । ଏହି ମାମଲାରେ ଆସିଛି ମାନ୍ୟବର କୋର୍ଟଙ୍କ ରାୟ । ଅଭିଯୁକ୍ତ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ୍‌ କୋର୍ଟ । ଖବର ଅନୁଯାୟୀ, ୨୦୨୨ ଅପ୍ରେଲ୍‌ ମାସରେ ନିଜ ସ୍ତ୍ରୀ ଏବଂ ଶାଳୀଙ୍କୁ ଅତି ନୃଶଂସ ଭାବେ କରିଥିଲେ ହତ୍ୟା । ଅପ୍ରେଲ୍‌ ୨୪ ତାରିଖ ଦିନ ସ୍ତ୍ରୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ୱତୀ ସେଠୀଙ୍କୁ ହତ୍ୟା କରିଥିଲେ ବିଜୟ କେତନ ।ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ କରିଥିଲା । ଆଉ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ କୋର୍ଟ । ଏହି ସମସ୍ତଙ୍କ ବୟାନକୁ ଆଧାରଣ କରି ମାନ୍ଯବର କୋର୍ଟ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

ଚନ୍ଦ୍ରଶେଖରପୁର ଡବଲ ମର୍ଡର ଘଟଣା, ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ୍‌ ଦଣ୍ଡ

ଭୁବନେଶ୍ୱର ୨୮।୦୪ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣା । ଏହି ମାମଲାରେ ଆସିଛି ମାନ୍ୟବର କୋର୍ଟଙ୍କ ରାୟ । ଅଭିଯୁକ୍ତ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ୍‌ କୋର୍ଟ । 

ଖବର ଅନୁଯାୟୀ, ୨୦୨୨ ଅପ୍ରେଲ୍‌ ମାସରେ ନିଜ ସ୍ତ୍ରୀ ଏବଂ ଶାଳୀଙ୍କୁ ଅତି ନୃଶଂସ ଭାବେ କରିଥିଲେ ହତ୍ୟା । ଅପ୍ରେଲ୍‌ ୨୪ ତାରିଖ ଦିନ ସ୍ତ୍ରୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ୱତୀ ସେଠୀଙ୍କୁ ହତ୍ୟା କରିଥିଲେ ବିଜୟ କେତନ ।ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ କରିଥିଲା । ଆଉ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ କୋର୍ଟ । ଏହି ସମସ୍ତଙ୍କ ବୟାନକୁ ଆଧାରଣ କରି ମାନ୍ଯବର କୋର୍ଟ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।