ଚମ୍ପାଇ ସରକାରଙ୍କ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ

ରାଞ୍ଚି,୩।୨: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଆଶ୍ୱସ୍ତି। ଶନିବାର ପିଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ରାଜ୍ୟ ବିଧାନସଭାରେ ଫେବୃଆରୀ ୫ରେ ହେବାକୁ ଥିବା ବହୁମତ ପରୀକ୍ଷାରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ତେବେ ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଫେବୃଆରୀ ୫ରେ ବହୁମତ ପ୍ରମାଣ କରିବେ। ହେମନ୍ତ ସୋରେନ ବିଧାନସଭାରେ ବରହେଟ୍‌ ବିଧାନସଭାରୁ […] The post ଚମ୍ପାଇ ସରକାରଙ୍କ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ appeared first on Dharitri Odia News.

ଚମ୍ପାଇ ସରକାରଙ୍କ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ

ରାଞ୍ଚି,୩।୨: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଆଶ୍ୱସ୍ତି। ଶନିବାର ପିଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ରାଜ୍ୟ ବିଧାନସଭାରେ ଫେବୃଆରୀ ୫ରେ ହେବାକୁ ଥିବା ବହୁମତ ପରୀକ୍ଷାରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ତେବେ ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଫେବୃଆରୀ ୫ରେ ବହୁମତ ପ୍ରମାଣ କରିବେ। ହେମନ୍ତ ସୋରେନ ବିଧାନସଭାରେ ବରହେଟ୍‌ ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କୁ ଇଡି ଜାନୁଆରୀ ୩୧ରୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରି ଗିରଫ କରିଛି । ଏଣୁ ସେ ଫେବୃଆରୀ ୫ରେ ୧୧ଟାରେ ଘଣ୍ଟାଏ ଲାଗି ବିଧାନସଭାରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଉ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି କୋର୍ଟ ଏଥିରେ ଭାଗ ନେଇପାରିବେ ବୋଲି ତାଙ୍କୁ କୋର୍ଟ କହିଛନ୍ତି।

The post ଚମ୍ପାଇ ସରକାରଙ୍କ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ appeared first on Dharitri Odia News.