ପଓ୍ବନ୍ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍
ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଲୋକପ୍ରିୟ ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ। ସେହିପରି ବାରବାଙ୍କୀରୁ ଭାଜପା ପ୍ରାର୍ଥୀ ହୋଇଥିବା ଏମ୍ପି ଉପେନ୍ଦ୍ର ସିଂ ରାଓ୍ବତ୍ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବିବାଦରେ […] The post ପଓ୍ବନ୍ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍ appeared first on Dharitri Odia News.
ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଲୋକପ୍ରିୟ ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ। ସେହିପରି ବାରବାଙ୍କୀରୁ ଭାଜପା ପ୍ରାର୍ଥୀ ହୋଇଥିବା ଏମ୍ପି ଉପେନ୍ଦ୍ର ସିଂ ରାଓ୍ବତ୍ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବିବାଦରେ ଫସିଥିବାରୁ ନିର୍ବାଚନ ଲଢ଼ିବାକୁ ଚାହୁଁ ନ ଥିବା କହିଛନ୍ତି।
ଡିପ୍ଫେକ୍ ଏଆଇ ପ୍ରଯୁକ୍ତି ବଳରେ ତାଙ୍କ ଭିଡିଓକୁ ଏଡିଟ୍ କରାଯାଇଥିବାରୁ ରାଓ୍ବତ୍ ଏହା ବିରୋଧରେ ଏତଲା ଦାଏର କରିଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହାର ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି। ସେ ନିର୍ଦ୍ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ରାଓ୍ବତ୍ଙ୍କୁ ବାରବାଙ୍କୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖାଯାଇଛି। ଭିଡିଓକୁ ଜାଲିଆତି କରାଯାଇଥିବା ଦର୍ଶାଇ ରାଓ୍ବତ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି।
The post ପଓ୍ବନ୍ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍ appeared first on Dharitri Odia News.