ଡିଆର୍ଡିଓକୁ ମିଳିଲା ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍
ମୁମ୍ବାଇ,୧୨ା୧୨: ମୁମ୍ବାଇର ଡିପ୍-ଟେକ୍ ଷ୍ଟାର୍ଟଅପ୍ ମନସ୍ତୁ ସ୍ପେସ୍ ଟେକ୍ନୋଲୋଜିଜ୍ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)କୁ ହସ୍ତାନ୍ତର କରିଛି। ଡିଆର୍ଡିଓର ଟେକ୍ନୋଲୋଜି ଡେଭେଲପ୍ ଫଣ୍ଡ (ଟିଡିଏଫ୍) ସହଯୋଗରେ ୪ ବର୍ଷର କଠୋର ଗବେଷଣା ଏବଂ ବିକାଶ ଫଳରେ ଏହି ସଫଳତା ମିଳିଛି। ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତିରେ ଦେଶର ସାମର୍ଥ୍ୟ ବଢ଼ାଇବାରେ ଭାରତୀୟ ଷ୍ଟାର୍ଟଅପ୍ମାନଙ୍କ ଭୂମିକା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ୧୦୦ରୁ ୫୦୦ […] The post ଡିଆର୍ଡିଓକୁ ମିଳିଲା ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍ appeared first on Dharitri Odia News.
ମୁମ୍ବାଇ,୧୨ା୧୨: ମୁମ୍ବାଇର ଡିପ୍-ଟେକ୍ ଷ୍ଟାର୍ଟଅପ୍ ମନସ୍ତୁ ସ୍ପେସ୍ ଟେକ୍ନୋଲୋଜିଜ୍ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)କୁ ହସ୍ତାନ୍ତର କରିଛି। ଡିଆର୍ଡିଓର ଟେକ୍ନୋଲୋଜି ଡେଭେଲପ୍ ଫଣ୍ଡ (ଟିଡିଏଫ୍) ସହଯୋଗରେ ୪ ବର୍ଷର କଠୋର ଗବେଷଣା ଏବଂ ବିକାଶ ଫଳରେ ଏହି ସଫଳତା ମିଳିଛି। ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତିରେ ଦେଶର ସାମର୍ଥ୍ୟ ବଢ଼ାଇବାରେ ଭାରତୀୟ ଷ୍ଟାର୍ଟଅପ୍ମାନଙ୍କ ଭୂମିକା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି।
୧୦୦ରୁ ୫୦୦ କିଲୋଗ୍ରାମ ଓଜନର ଛୋଟ ସାଟେଲାଇଟ୍କୁ ଉତ୍କ୍ଷେପଣ କରାଇବା ଏହି ଆଇବୁଷ୍ଟର ସିଷ୍ଟମ୍କୁ ଡିଜାଇନ୍ କରାଯାଇଛି। ସାଟେଲାଇଟ୍ର କକ୍ଷ ଉତ୍ଥାନ, ସାଟେଲାଇଟକୁ କକ୍ଷର ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଏବଂ କକ୍ଷରୁ ବାହାର କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏହି ସିଷ୍ଟମ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ପାରମ୍ପରିକ ପ୍ରପଲଶନ ସିଷ୍ଟମ୍ ତୁଳନାରେ ଆଇବୁଷ୍ଟର ଅଧିକ ନିରାପଦ, ପ୍ରଭାବୀ ଏବଂ ପରିବେଶ ଅନୁକୂଳ ବିକଳ୍ପ। ଏଥିରେ ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ଆଧାରିତ ଇନ୍ଧନ ବ୍ୟବହୃତ ହୋଇଥାଏ। ଏହି ଅଭିନବ ଇନ୍ଧନ ଚୟନ ଯୋଗୁ ସିଷ୍ଟମ୍ର ମୋଟାମୋଟି ପ୍ରଦର୍ଶନ ବଢ଼ିବା ସହ ସ୍ଥାୟିତ୍ୱ ଏବଂ ମିତବ୍ୟୟିତାକୁ ସୁନିଶ୍ଚିତ କରିବ। ଏହି ସଫଳତା ପାଇଁ ମନସ୍ତୁ ସ୍ପେସ୍ର ସହପ୍ରତିଷ୍ଠାତା ତୁଷାର ଯାଦବ ଗର୍ବ ଅନୁଭବ କରୁଥିବା କହିଛନ୍ତି। ମହାକାଶ ଗବେଷଣା ନିମନ୍ତେ ଅଧିକ ପରିବେଶ ଅନୁକୂଳ, ସୁରକ୍ଷିତ ଏବଂ ପ୍ରଭାବଶାଳୀ ସମାଧାନ ବାହାର କରିବାର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି। ମନସ୍ତୁ ସ୍ପେସ୍ର ଏହି ଇନୋଭେଶନ ଭାରତର ପ୍ରତିରକ୍ଷା ଓ ସାଟେଲାଇଟ୍ ସାମର୍ଥ୍ୟକୁ ମଜଭୁତ କରାଇବା ଲାଗି ଡିଆର୍ଡିଓ ମିଶନକୁ ଉଲ୍ଲେଖନୀୟ ଅବଦାନ ବୋଲି କୁହାଯାଇଛି।
The post ଡିଆର୍ଡିଓକୁ ମିଳିଲା ଗ୍ରୀନ୍ ପ୍ରପଲଶନ୍ ସିଷ୍ଟମ୍ appeared first on Dharitri Odia News.