ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ବୁର୍କିନା ଫାସୋ,୨୬।୨: ଉତ୍ତର ବୁର୍କିନା ଫାସୋରେ ଏକ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଡୋରି ସୁବାର ପାଦ୍ରି ଜାନ-ପିଆର ସାଭଡୋଗୋ କହିଛନ୍ତି, ପ୍ରାର୍ଥନା ପାଇଁ ଲୋକମାନେ ଏକାଠି ହୋଇଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଘଟଣାସ୍ଥଳରେ ୧୨ ଜଣ […] The post ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ appeared first on Dharitri Odia News.

ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ବୁର୍କିନା ଫାସୋ,୨୬।୨: ଉତ୍ତର ବୁର୍କିନା ଫାସୋରେ ଏକ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଡୋରି ସୁବାର ପାଦ୍ରି ଜାନ-ପିଆର ସାଭଡୋଗୋ କହିଛନ୍ତି, ପ୍ରାର୍ଥନା ପାଇଁ ଲୋକମାନେ ଏକାଠି ହୋଇଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଘଟଣାସ୍ଥଳରେ ୧୨ ଜଣ କ୍ୟାଥୋଲିକ ଧାର୍ମିକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଚିକିତ୍ସା ସମୟରେ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।

The post ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ appeared first on Dharitri Odia News.