ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି

ନୂଆଦିଲ୍ଲୀ,୨୬।୧: ଦେଶର ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ଆଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୱତନ୍ତ୍ର ପଗଡି ଉପରେ ରହିଛି। ବାସ୍ତବରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକାରର ପଗଡି ପିନ୍ଧିଥିବାର ନଜର ଆସନ୍ତି। ତାଙ୍କ ପଗଡି ପ୍ରତିବର୍ଷ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଥାଏ । ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସରେ […] The post ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି appeared first on Dharitri Odia News.

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି

ନୂଆଦିଲ୍ଲୀ,୨୬।୧: ଦେଶର ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ଆଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୱତନ୍ତ୍ର ପଗଡି ଉପରେ ରହିଛି। ବାସ୍ତବରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକାରର ପଗଡି ପିନ୍ଧିଥିବାର ନଜର ଆସନ୍ତି। ତାଙ୍କ ପଗଡି ପ୍ରତିବର୍ଷ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଥାଏ । ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ବତନ୍ତ୍ର ପଗଡ଼ି ପିନ୍ଧିଛନ୍ତି। ଏଥିରେ ବାନ୍ଧନୀ ପ୍ରିଣ୍ଟ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ପିନ୍ଧିଥିବା ପଗଡି ଲାଲ, ହଳଦିଆ ଏବଂ ଗୋଲାପୀ ରଙ୍ଗର, ଏହାର ପଛରେ ନୀଳ ରଙ୍ଗ ମଧ୍ୟ ଅଛି, ଏହାକୁ ବାନ୍ଧନୀ ପ୍ରିଣ୍ଟ କୁହାଯାଏ, ଯାହା ରାଜସ୍ଥାନରେ ବହୁତ ଲୋକପ୍ରିୟ। ଏହି ସ୍ବତନ୍ତ୍ର ମୁଦ୍ରିତ ପଗଡିରେ ଦେଶର ପ୍ରଧାନମନ୍ତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି।

The post ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି appeared first on Dharitri Odia News.