ଚର୍ଚ୍ଚାରେ ବିଜେଡି, ଦଳର ନେତା: ଏବେ ଗୁଆହାଟୀ ମେଳିକୁ ନେଇ ବଢ଼ୁଛି ସନ୍ଦେହ
ଭୁବନେଶ୍ୱର,୨।୨: ବର୍ତ୍ତମାନ ଚର୍ଚ୍ଚାରେ ବିଜେଡି ଓ ଦଳର ନେତା। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପକ୍ଷେ କାର୍ତ୍ତିକ ପାଣ୍ଡିଆନ ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ ମନ୍ମଥ ରାଉତରାୟ କହିଥିଲେ । ତେବେ ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା […] The post ଚର୍ଚ୍ଚାରେ ବିଜେଡି, ଦଳର ନେତା: ଏବେ ଗୁଆହାଟୀ ମେଳିକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.
ଅନ୍ୟପକ୍ଷରେ ସପ୍ତାହକ ତଳେ ନବୀନ ଦଳର ବିଭିନ୍ନ ସଂଗଠନକୁ ଭାଙ୍ଗି ଦେଇଥିଲେ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ପ୍ରମୁଖ ସଂଗଠନଗୁଡ଼ିକ ମଧ୍ୟରେ ରହିଥିଲା ।
ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ।ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବିଜେଡିର ସୁପ୍ରିମୋ ଭାବରେ ନବୀନ ପଟ୍ଟନାୟକ ରହିବେ ନା ସେ ଆଉ କାହାକୁ ଉତ୍ତରଦାୟିତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଜିଲା ନିର୍ବାଚନ ଅଧିକାରୀଙ୍କ ନାମ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ।
The post ଚର୍ଚ୍ଚାରେ ବିଜେଡି, ଦଳର ନେତା: ଏବେ ଗୁଆହାଟୀ ମେଳିକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.