ହେଜବୁଲ୍ଲାର ୫୦୦ ଭିତ୍ତିଭୂମିକୁ ଧ୍ୱଂସ କଳା ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ
ଜେରୁଜେଲମ୍: ଦକ୍ଷିଣ ଲେବାନନରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ହେଜବୁଲ୍ଲାର ୫୦୦ ଭିତ୍ତିଭୂମି ନଷ୍ଟ କରିଦେଇଛି। ଅନେକ ଆତଙ୍କବାଦୀଙ୍କୁ ନିପାତ କରିବା ସହିତ ସେମାନେ ଆତଙ୍କବାଦୀ ସଂଗଠନର ଭୂତଳ ଭିତ୍ତିଭୂମିକୁ ନଷ୍ଟ କରିଦେଇଛନ୍ତି। ଏଥିସହ ଅନେକ ସୁଡ଼ଙ୍ଗକୁ ନଷ୍ଟ କରିବା ସହ ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଠାବ କରି ନଷ୍ଟ କରାଯାଇଛି ବୋଲି ଆଇଡିଏଫ୍ କହିଛି। ଦକ୍ଷିଣ ଲେବାନନରେ ଆଇଡିଏଫ୍ର ୩୬ତମ ‘ଗାଆଶ’ ଡିଭିଜନର ବାହିନୀ, ଗୋଲାନି ଇନଫ୍ୟାଣ୍ଟ୍ରି ବ୍ରିଗେଡ, ଏଜିଓନି ଇନଫ୍ୟାଣ୍ଟ୍ରି ବ୍ରିଗେଡ୍ (ରେସ୍), ୧୮୮ […]

ଜେରୁଜେଲମ୍: ଦକ୍ଷିଣ ଲେବାନନରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ହେଜବୁଲ୍ଲାର ୫୦୦ ଭିତ୍ତିଭୂମି ନଷ୍ଟ କରିଦେଇଛି। ଅନେକ ଆତଙ୍କବାଦୀଙ୍କୁ ନିପାତ କରିବା ସହିତ ସେମାନେ ଆତଙ୍କବାଦୀ ସଂଗଠନର ଭୂତଳ ଭିତ୍ତିଭୂମିକୁ ନଷ୍ଟ କରିଦେଇଛନ୍ତି। ଏଥିସହ ଅନେକ ସୁଡ଼ଙ୍ଗକୁ ନଷ୍ଟ କରିବା ସହ ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଠାବ କରି ନଷ୍ଟ କରାଯାଇଛି ବୋଲି ଆଇଡିଏଫ୍ କହିଛି। ଦକ୍ଷିଣ ଲେବାନନରେ ଆଇଡିଏଫ୍ର ୩୬ତମ ‘ଗାଆଶ’ ଡିଭିଜନର ବାହିନୀ, ଗୋଲାନି ଇନଫ୍ୟାଣ୍ଟ୍ରି ବ୍ରିଗେଡ, ଏଜିଓନି ଇନଫ୍ୟାଣ୍ଟ୍ରି ବ୍ରିଗେଡ୍ (ରେସ୍), ୧୮୮ ଆର୍ମର୍ଡ ବ୍ରିଗେଡ୍ ଏବଂ ୨୮୨ ଆର୍ଟିଲେରି ବ୍ରିଗେଡ୍ର ଯୁଦ୍ଧ ଦଳ ଓକେଜ୍ ‘ଷ୍ଟିଂ’ କାନାଇନ୍ ୟୁନିଟ୍, ୟାହାଲୋମ୍ (ଡାଇମଣ୍ଡ) କମ୍ବାଟ୍ ଇଞ୍ଜିନିୟର୍ସ ସ୍ପେଶାଲ ଫୋର୍ସ ୟୁନିଟ୍ ଓ ଅନ୍ୟାନ୍ୟ ୟୁନିଟ୍ ଲଢ଼ୁଛନ୍ତି। ଗୋଲାନି ବ୍ରିଗେଡ୍ର ଯବାନମାନେ ମାରୁନ୍ ଏଲ୍ ରାସ୍ ଅଞ୍ଚଳର ହେଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରିବା ସହ ଶତ୍ରୁପକ୍ଷର ରକେଟ୍ ଉତ୍କ୍ଷେପଣ ଓ ଆକ୍ରମଣ କ୍ଷମତାକୁ କ୍ଷତି ପହଞ୍ଚାଇଥିଲେ। ଇସ୍ରାଏଲ ବିରୋଧରେ ହେଜବୁଲ୍ଲା ଆତଙ୍କବାଦୀ ଅଭିଯାନର କେନ୍ଦ୍ରୀୟ ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିବା ୟାରୁନ୍ ଅଞ୍ଚଳରେ ଥିବା ଆତଙ୍କବାଦୀ ମୁଖ୍ୟାଳୟକୁ ୧୮୮ ଆର୍ମର୍ଡ ବ୍ରିଗେଡ୍ର ଯବାନମାନେ ଧ୍ୱଂସ କରିଥିଲେ। ଏଜିଓନି ବ୍ରିଗେଡ୍ର ଯବାନମାନେ ‘ଗ୍ରୀନ୍ ୱିଦାଉଟ ବର୍ଡର୍ସ’ ସଂଗଠନ ଆଳରେ ପରିଚାଳିତ ନେଚର୍ ରିଜର୍ଭ ଉପରେ ଚଢ଼ଉ କରିଥିଲେ, ଯାହା ବାସ୍ତବରେ ହେଜବୁଲ୍ଲା ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଥିଲା। ୨୮୨ତମ ଆର୍ଟିଲେରୀ ବ୍ରିଗେଡ୍ ଲେବାନନ ଅଞ୍ଚଳରେ ମୁତୟନ ଥିବା ବାହିନୀକୁ କଭରିଂ ଫାୟାର ଯୋଗାଇଥିଲା ଏବଂ ବାୟୁସେନାର ସହଯୋଗରେ ଏହି ଅଞ୍ଚଳରେ ହେଜବୁଲ୍ଲାର ଡଜନାଧିକ ଭିତ୍ତିଭୂମି ଓ ଲଞ୍ଚର ନଷ୍ଟ କରାଯାଇଥିଲା।