ବୈକୁଣ୍ଠ ଧାମରେ ପତ୍ନୀ ବନ୍ଧକ ଅଭିଯୋଗ ଘଟଣାରେ ଟ୍ଵିଷ୍ଟ୍, ଯୁବକଙ୍କ ବିରୋଧରେ କେସ୍ ଦେଲେ ମହିଳା

ଭୁବନେଶ୍ଵର: ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ଟ୍ବିଷ୍ଟ୍। ସାମ୍ନାକୁ ଆସିଲେ   ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ।  କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି। ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଛନ୍ତି  ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ । ଆଉ ବୈକୁଣ୍ଠ ଧାମ ଆଶ୍ରମ ସପକ୍ଷରେ ରଖିଛନ୍ତି ବୟାନ । ଜିତେନ୍ ଗିରିଙ୍କ ପତ୍ନୀ କହିଛନ୍ତି ଯେ,  ଅଭିଯୋଗ କରିଥିବା ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ୨୦୧୪ ମସିହାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ନେଇ କୋର୍ଟରେ କେସ୍ ଚାଲିଛି। ସେ ହାଇକୋର୍ଟରେ କେସ୍ କରିଛନ୍ତି । ତାଙ୍କୁ ବଦନାମ କରିବାକୁ ତାଙ୍କ ସ୍ବାମୀ ଏଭଳି କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ବୈକୁଣ୍ଠ ଧାମ ଆଶ୍ରମରେ ସତସଙ୍ଗ ଓ ଧାର୍ମିକ କାର୍ଯ୍ୟରେ ସେ ଯୋଗ ଦେଉଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ବିରୋଧ କରିଥିଲେ । ଅଭିଯୋଗ କରିଥିବା ଜିତେନ୍ ଗିରି ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ତାଙ୍କୁ ଅସ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି । ସେହିଭଳି  ମହିଳାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ଜଣେ ଯୁବତୀଙ୍କ ବିରୋଧରେ ଏଭଳି ଅଭ

ବୈକୁଣ୍ଠ ଧାମରେ ପତ୍ନୀ ବନ୍ଧକ ଅଭିଯୋଗ ଘଟଣାରେ ଟ୍ଵିଷ୍ଟ୍, ଯୁବକଙ୍କ ବିରୋଧରେ କେସ୍ ଦେଲେ ମହିଳା

ଭୁବନେଶ୍ଵର: ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ଟ୍ବିଷ୍ଟ୍। ସାମ୍ନାକୁ ଆସିଲେ   ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ।  କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି। 

ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଛନ୍ତି  ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ । ଆଉ ବୈକୁଣ୍ଠ ଧାମ ଆଶ୍ରମ ସପକ୍ଷରେ ରଖିଛନ୍ତି ବୟାନ । ଜିତେନ୍ ଗିରିଙ୍କ ପତ୍ନୀ କହିଛନ୍ତି ଯେ,  ଅଭିଯୋଗ କରିଥିବା ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ୨୦୧୪ ମସିହାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ନେଇ କୋର୍ଟରେ କେସ୍ ଚାଲିଛି। ସେ ହାଇକୋର୍ଟରେ କେସ୍ କରିଛନ୍ତି । ତାଙ୍କୁ ବଦନାମ କରିବାକୁ ତାଙ୍କ ସ୍ବାମୀ ଏଭଳି କରୁଛନ୍ତି । 

ସେ ଏହା ମଧ୍ୟ କହିଛନ୍ତି ବୈକୁଣ୍ଠ ଧାମ ଆଶ୍ରମରେ ସତସଙ୍ଗ ଓ ଧାର୍ମିକ କାର୍ଯ୍ୟରେ ସେ ଯୋଗ ଦେଉଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ବିରୋଧ କରିଥିଲେ । ଅଭିଯୋଗ କରିଥିବା ଜିତେନ୍ ଗିରି ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ତାଙ୍କୁ ଅସ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି । ସେହିଭଳି  ମହିଳାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ଜଣେ ଯୁବତୀଙ୍କ ବିରୋଧରେ ଏଭଳି ଅଭିଯୋଗ କରି ତାଙ୍କୁ ବଦନାମ କରାଯାଇଛି।


ସୂଚନାଯୋଗ୍ୟ, ଗତକାଲି ବୈକୁଣ୍ଠଧାମ ଆଶ୍ରମ ବିରୋଧରେ  ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ଵାମୀ ଜିତେନ୍ ଗିରି। ସେ କହିଛନ୍ତି, ମୋ ସ୍ତ୍ରୀକୁ ୯ ମାସ ହେଲା ଖୋଜୁଛି, କିନ୍ତୁ ପାଉନି। ଆଶ୍ରମରେ ତାଙ୍କୁ ରଖା ଯାଇଥିବା ସନ୍ଦେହ କରୁଛି। ମୁଁ ତାଙ୍କ ମୋବାଇଲ୍‌ରୁ ଆଶ୍ରମ ବିଷୟରେ ଜାଣିଲି। ମାଇଣ୍ଡ ଓ୍ଵାସ କରି ମୋ ସ୍ତ୍ରୀକୁ ଆଶ୍ରମରେ ଥିବା ଗୋଦାମରେ ରଖା ଯାଇଛି। ମୁଁ ଆଶ୍ରମ ବିଷୟରେ ଜାଣିବା ପରେ ତାଙ୍କ ସହ ମୋତେ କଥା ହେବାକୁ ଦେଉ ନାହାନ୍ତି। ଆଶ୍ରମ କର୍ତ୍ତୃପକ୍ଷଙ୍କୁ କହିବା ପରେ ବି ସେମାନେ କଥା ଶୁଣିଲେନି। ତେଣୁ ସହିଦନଗର ଥାନାରେ ଅଭିଯୋଗ କରିଛି।