ମହିନ୍ଦ୍ରା ଏକ୍ସୟୁଭି ୩ ଏକ୍ସଓର ଅନାବରଣ
ଭୁବନେଶ୍ୱର,୧୨।୫: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ଦି ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ଆଦିତ୍ୟ ମୋଟର୍ସ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଦିତ୍ୟ ମୋଟର୍ସର ଏମ୍ଡି ଆଦିତ୍ୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ […] The post ମହିନ୍ଦ୍ରା ଏକ୍ସୟୁଭି ୩ ଏକ୍ସଓର ଅନାବରଣ appeared first on Dharitri Odia News.
ଭୁବନେଶ୍ୱର,୧୨।୫: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ଦି ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ଆଦିତ୍ୟ ମୋଟର୍ସ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଦିତ୍ୟ ମୋଟର୍ସର ଏମ୍ଡି ଆଦିତ୍ୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ଏବଂ ଆଦିତ୍ୟ ମୋଟର୍ସର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ରେ ଅନେକ ବୈଶିଷ୍ଟ୍ୟ ସାମିଲ ଥିଲାବେଳେ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଅନ୍ତର୍ଭୁକ୍ତ ରହିଛି। ଏପରିକି ଏସ୍ୟୁଭି ବର୍ଗ (ସେଗ୍ମେଣ୍ଟ)ରେ ଏହି ମଡେଲ ଏକ ନୂତନ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ଆଦିତ୍ୟ ମୋଟର୍ସର ଏମ୍ଡି ଆଦିତ୍ୟ ପାତ୍ର କହିଛନ୍ତି, ଅଲ ନ୍ୟୁ ଦି ଏକ୍ସୟୁଭି ୩ଏକ୍ସଓ’କୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ଆମେ ବେଶ୍ ଉତ୍ସାହିତ ଅଛୁ। ଉକ୍ତ ମଡେଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସାମିଲ ଥିଲାବେଳେ ଏସ୍ୟୁଭି ବର୍ଗରେ ଏହା ଏକ ନୂତନ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୩୫ରୁ ଅଧିକ ଗ୍ରାହକ ଉକ୍ତ ମଡେଲକୁ ବୁକିଂ କରିଥିଲାବେଳେ ୩ଟି ଆକର୍ଷଣୀୟ କଲର ସହ ଏହାର ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍) ୭.୪୯ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।
The post ମହିନ୍ଦ୍ରା ଏକ୍ସୟୁଭି ୩ ଏକ୍ସଓର ଅନାବରଣ appeared first on Dharitri Odia News.