ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ପାକିସ୍ତାନ, ୪୫୦ କିମି ଯାଏଁ ରେଞ୍ଜ୍‌ ଥିବା ଦାବି

ନୂଆଦିଲ୍ଲୀ: ଭାରତର ଆକ୍ରମଣ ଭୟରେ ସଜାଗ ହେଲାଣି ପାକିସ୍ତାନ। ବର୍ତ୍ତିବା ପାଇଁ ଆଗୁଆ ପ୍ରସ୍ତୁତିରେ ଲାଗିଛି ଆତଙ୍କୀ ଦେଶ। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କରିଛି ପାକିସ୍ତାନ। ଶନିବାର ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଏକ ଭୁପୃଷ୍ଠରୁ ଭୁପୃଷ୍ଠକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି। ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ଅବଦାଲି। ଏହା ପାକିସ୍ତାନ ସୋନମିଆନି ରେଞ୍ଜରେ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପାକିସ୍ତାନର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ASFC) ଅଧୀନରେ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅବଦାଲି ୱେପନ୍ ସିଷ୍ଟମ୍ ନାମରେ ଜଣାଶୁଣା। ଏହି ମିଶାଇଲକୁ ସାମରିକ ଅଭ୍ୟାସ 'ବ୍ୟବହାର ଇଣ୍ଡସ୍' ଅନ୍ତର୍ଗତ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସମୟରେ, ପାକିସ୍ତାନ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର କମାଣ୍ଡର, ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଶାହବାଜ ଖାନ ଏବଂ ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନର ଡିଜି, ମେଜର ଜେନେରାଲ ଶାହରୟାର ପରଭେଜ ବଟ୍ ମଧ୍ୟ ଉପସ୍ଥିତ ଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଲଗାତାର ବାୟୁସେନାକୁ ନୋଟିସ୍ ଜାରି କରି ଏହି ଅଞ୍ଚଳରେ ମିଶାଇଲ ପରୀକ୍ଷଣ କରିବାକୁ ଧମକ ଦେଉଛି।

ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ପାକିସ୍ତାନ, ୪୫୦ କିମି ଯାଏଁ ରେଞ୍ଜ୍‌ ଥିବା ଦାବି

ନୂଆଦିଲ୍ଲୀ: ଭାରତର ଆକ୍ରମଣ ଭୟରେ ସଜାଗ ହେଲାଣି ପାକିସ୍ତାନ। ବର୍ତ୍ତିବା ପାଇଁ ଆଗୁଆ ପ୍ରସ୍ତୁତିରେ ଲାଗିଛି ଆତଙ୍କୀ ଦେଶ। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କରିଛି ପାକିସ୍ତାନ। ଶନିବାର ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଏକ ଭୁପୃଷ୍ଠରୁ ଭୁପୃଷ୍ଠକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି। 

ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ଅବଦାଲି। ଏହା ପାକିସ୍ତାନ ସୋନମିଆନି ରେଞ୍ଜରେ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପାକିସ୍ତାନର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ASFC) ଅଧୀନରେ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅବଦାଲି ୱେପନ୍ ସିଷ୍ଟମ୍ ନାମରେ ଜଣାଶୁଣା। ଏହି ମିଶାଇଲକୁ ସାମରିକ ଅଭ୍ୟାସ 'ବ୍ୟବହାର ଇଣ୍ଡସ୍' ଅନ୍ତର୍ଗତ ପରୀକ୍ଷଣ କରାଯାଇଛି। 

ଏହି ପରୀକ୍ଷଣ ସମୟରେ, ପାକିସ୍ତାନ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର କମାଣ୍ଡର, ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଶାହବାଜ ଖାନ ଏବଂ ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନର ଡିଜି, ମେଜର ଜେନେରାଲ ଶାହରୟାର ପରଭେଜ ବଟ୍ ମଧ୍ୟ ଉପସ୍ଥିତ ଥିଲେ। 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଲଗାତାର ବାୟୁସେନାକୁ ନୋଟିସ୍ ଜାରି କରି ଏହି ଅଞ୍ଚଳରେ ମିଶାଇଲ ପରୀକ୍ଷଣ କରିବାକୁ ଧମକ ଦେଉଛି।