ଚର୍ଚ୍ଚାରେ ବିଜେଡି ନେତାଙ୍କ ମେଳି : ଆସାମର ଏକ ହୋଟେଲରେ ନେତା ଓ ବିଧାୟକଙ୍କ ଭେଟଘାଟକୁ ନେଇ ବଢ଼ିଲା ସନ୍ଦେହ

କନକବ୍ୟୁରୋ :  ଚର୍ଚ୍ଚାରେ ବିଜେଡି ନେତାଙ୍କ ମେଳି ।  ରାଜ୍ୟ ବାହାରେ ଆସାମର ଗୌହ୍ବାଟୀରେ ବରିଷ୍ଠ ନେତାଙ୍କ ଭେଟ୍‌ଘାଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୌହ୍ବାଟୀର ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିଲେ। କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ  ।  ହେଲେ ପ୍ରଭାତ ତ୍ରିପାଠୀ କହିଛନ୍ତି,  ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ ।  ଏହାକୁ ନେଇ କିଏ କ’ଣ ଚର୍ଚ୍ଚା ଆଲୋଚନା କରୁଥାଇପାରନ୍ତି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ଏକାଠି ହୋଇଥିଲେ ବିଜେଡିର ଯୁବ ନେତା । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭି.କେ ପାଣ୍ଡିଆନ୍  ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ କହିଥିଲେ ମନ୍ମଥ ରାଉତରାୟ ।  ଏହା ପରେ ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । 

ଚର୍ଚ୍ଚାରେ ବିଜେଡି ନେତାଙ୍କ ମେଳି : ଆସାମର ଏକ ହୋଟେଲରେ ନେତା ଓ ବିଧାୟକଙ୍କ ଭେଟଘାଟକୁ ନେଇ ବଢ଼ିଲା ସନ୍ଦେହ

କନକବ୍ୟୁରୋ :  ଚର୍ଚ୍ଚାରେ ବିଜେଡି ନେତାଙ୍କ ମେଳି ।  ରାଜ୍ୟ ବାହାରେ ଆସାମର ଗୌହ୍ବାଟୀରେ ବରିଷ୍ଠ ନେତାଙ୍କ ଭେଟ୍‌ଘାଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୌହ୍ବାଟୀର ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିଲେ। କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ  । 

ହେଲେ ପ୍ରଭାତ ତ୍ରିପାଠୀ କହିଛନ୍ତି,  ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ ।  ଏହାକୁ ନେଇ କିଏ କ’ଣ ଚର୍ଚ୍ଚା ଆଲୋଚନା କରୁଥାଇପାରନ୍ତି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ଏକାଠି ହୋଇଥିଲେ ବିଜେଡିର ଯୁବ ନେତା । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭି.କେ ପାଣ୍ଡିଆନ୍  ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ କହିଥିଲେ ମନ୍ମଥ ରାଉତରାୟ ।  ଏହା ପରେ ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।