ଚାକିରି ଦେବାକୁ କହି ଠକେଇ କରୁଥିଲେ ଜିଲ୍ଲା ପରିଷଦ ସଦସ୍ୟା । ବାନ୍ଧିଲା ମାଥିଲି ପୋଲିସ।

କନକ ବ୍ୟୁରୋ: ଶେଷରେ ବନ୍ଧାହେଲେ ସସ୍ମିତା ମାଝୀ। ଚାକିରି ଦେବା ଆଳରେ ମାଲକାନଗିରିରେ ଠକେଇ କରିଥିବା ଏହି ମହିଳାଙ୍କୁ ଜଗତସିଂହପୁରରୁ ଗିରଫ କରାଯାଇଛି। ଆଉ ଏଥିପାଇଁ ନିକଟରେ ବିଜେଡି ବହ ସସ୍ମିତାଙ୍କର ଲୁଚକାଳି ଖେଳ ଶେଷଜେଲ୍ ଯିବେ ଜିଲ୍ଲା ପରିଷଦ ସଭ୍ୟାଜଗତସିଂହପୁରରୁ ଗିରଫ କଲା ମାଲକାନଗିରି ପୋଲିସଖବର ବାଜିଲା, ପୋଲିସ ଆକ୍ସନ ନେଲା। ପ୍ରଥମେ ଠକେଇ ଅଭିଯୋଗ, ପରେ ବିଜେଡିରୁ ବହିଷ୍କାର ଆଉ ଆଜି ବାନ୍ଧିଲା ପୋଲିସ। ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ମାଷ୍ଟରମାଇଣ୍ଡ ମାଥିଲି-୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ୫ ଦିନର ଲୁଚକାଳି ଖେଳ ପରେ ଜଗତସିଂହପୁରରୁ ଧରାପଡିଛନ୍ତି। ମାଲକାନଗିରିରେ ପହଞ୍ଚିବା ପରେ ସସ୍ମିତାଙ୍କା ଡାକ୍ତରୀ ମାଇନା କରିଛି ପୋଲିସ। ଚାକିରୀ ନାଁରେ କୋଟି କୋଟି ଟଙ୍କା ଚଳୁମାଲକାନିଗିରରୁ କେନ୍ଦ୍ରାପଡା ଲମ୍ବିଥିଲା ଚେରଚାକିରି ଦେବା ନାଁରେ ନକଲି ଓଏଏସ ଅଧିକାରୀ ସାଜି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ  ଓ  ସସ୍ମିତା ମାଲକାନଗିରିର ନୀରିହ ପିଲାଙ୍କୁ ମନଭରି ଲୁଟ୍ କରିଥିଲେ। ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ରମେଶ ଠକେଇର ପୂରା ପ୍ଲଟ ରଚିଥିଲେ।  ଫୋନ୍ ପେ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସସ୍ମିତାଙ୍କ ଆକାଉଣ୍ଟକୁ ଆସୁଥିଲା। ଏ ମହାଠକେଇ ବାବଦରେ ଜଣାପଡିବା ପରେ ପ୍ରଥମେ ପୋଲିସ ପଞ୍ଝାରେ ପଡିଥିଲା ମହାଠକ

ଚାକିରି ଦେବାକୁ କହି ଠକେଇ କରୁଥିଲେ ଜିଲ୍ଲା ପରିଷଦ ସଦସ୍ୟା । ବାନ୍ଧିଲା ମାଥିଲି ପୋଲିସ।

କନକ ବ୍ୟୁରୋ: ଶେଷରେ ବନ୍ଧାହେଲେ ସସ୍ମିତା ମାଝୀ। ଚାକିରି ଦେବା ଆଳରେ ମାଲକାନଗିରିରେ ଠକେଇ କରିଥିବା ଏହି ମହିଳାଙ୍କୁ ଜଗତସିଂହପୁରରୁ ଗିରଫ କରାଯାଇଛି। ଆଉ ଏଥିପାଇଁ ନିକଟରେ ବିଜେଡି ବହ
 
ସସ୍ମିତାଙ୍କର ଲୁଚକାଳି ଖେଳ ଶେଷ
ଜେଲ୍ ଯିବେ ଜିଲ୍ଲା ପରିଷଦ ସଭ୍ୟା
ଜଗତସିଂହପୁରରୁ ଗିରଫ କଲା ମାଲକାନଗିରି ପୋଲିସ
ଖବର ବାଜିଲା, ପୋଲିସ ଆକ୍ସନ ନେଲା। ପ୍ରଥମେ ଠକେଇ ଅଭିଯୋଗ, ପରେ ବିଜେଡିରୁ ବହିଷ୍କାର ଆଉ ଆଜି ବାନ୍ଧିଲା ପୋଲିସ। ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ମାଷ୍ଟରମାଇଣ୍ଡ ମାଥିଲି-୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ୫ ଦିନର ଲୁଚକାଳି ଖେଳ ପରେ ଜଗତସିଂହପୁରରୁ ଧରାପଡିଛନ୍ତି। ମାଲକାନଗିରିରେ ପହଞ୍ଚିବା ପରେ ସସ୍ମିତାଙ୍କା ଡାକ୍ତରୀ ମାଇନା କରିଛି ପୋଲିସ।

ଚାକିରୀ ନାଁରେ କୋଟି କୋଟି ଟଙ୍କା ଚଳୁ
ମାଲକାନିଗିରରୁ କେନ୍ଦ୍ରାପଡା ଲମ୍ବିଥିଲା ଚେର
ଚାକିରି ଦେବା ନାଁରେ ନକଲି ଓଏଏସ ଅଧିକାରୀ ସାଜି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ  ଓ  ସସ୍ମିତା ମାଲକାନଗିରିର ନୀରିହ ପିଲାଙ୍କୁ ମନଭରି ଲୁଟ୍ କରିଥିଲେ। ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ରମେଶ ଠକେଇର ପୂରା ପ୍ଲଟ ରଚିଥିଲେ।  ଫୋନ୍ ପେ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସସ୍ମିତାଙ୍କ ଆକାଉଣ୍ଟକୁ ଆସୁଥିଲା। ଏ ମହାଠକେଇ ବାବଦରେ ଜଣାପଡିବା ପରେ ପ୍ରଥମେ ପୋଲିସ ପଞ୍ଝାରେ ପଡିଥିଲା ମହାଠକ ରମେଶ। କିନ୍ତୁ ଖସିଯାଇଥିଲେ ସସ୍ମିତା। 

ନିରୀହ ଆଦିବାସୀ ପିଲାଙ୍କୁ ପିଇଓ, ଯୋଗାଣ ଅଧିକାରୀ, ପୁଲିସ ଚାକିରି କରାଇବା ନାଁରେ ମୁଣ୍ଡ ପିଛା ୫ ରୁ ୧୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମାଥିଲି ଜୋନ-୩ ର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ । ଇ- ସ୍କୁଟି ଯୋଗାଣ ଟେଣ୍ଡର ପାସ କରାଇ ଦେବାକୁ ମାଥିଲି ରୁ ଜଣେ ବ୍ୟବସାୟୀଙ୍କ ଠାରୁ ୨୬ ଲକ୍ଷ ୨୦ହଜାର ଟଙ୍କା ନେଇଥିବା ଅଭିଯୋଗ ରହିଛି ।